ଲାଇନଚ୍ୟୁତ ହେଲା ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ୍
ସମ୍ବଲପୁର: ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ସମ୍ବଲପୁର ନିକଟରେ ସକାଳ ୯ଟା ୧୮ମିନିଟରେ ଆଜି ଲାଇନଚ୍ୟୁତ ହୋଇଥିବା ସୂଚନା ଦେଇଛି ପୂର୍ବତଟ ରେଲୱେ । ଟ୍ରେନର ଜେନେରାଲ କୋଚର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଟ୍ରେନଟି ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିଲା । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଏହି ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା ।
Powered by Froala Editor