ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ: ସବୁ ମହାବିଦ୍ୟାଳୟ କ୍ୟାମ୍ପସ ହେବ ନିଶାମୁକ୍ତ
ଭୁବନେଶ୍ବର: ମହାବିଦ୍ୟାଳୟଗୁଡ଼ିକରେ ନିଶାମୁକ୍ତ କ୍ୟାମ୍ପସ ପାଇଁ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ/ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏନସିବି ପକ୍ଷରୁ ‘ମାନସ’ ପୋର୍ଟାଲ ଆରମ୍ଭ ହୋଇଛି। କ୍ୟାମ୍ପସରେ ନିଶା ବ୍ୟବହାର ସଂକ୍ରାନ୍ତରେ ନ୍ୟାସନାଲ ହେଲ୍ପଲାଇନ ନମ୍ବର ୧୯୩୩ରେ ଯେକୌଣସି ନାଗରିକ ଏବଂ ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ। ଶିକ୍ଷାନୁଷ୍ଠାନରେ ‘ମାନସ’ ପୋର୍ଟାଲ ସମ୍ପର୍କରେ ବ୍ୟାପକ ପ୍ରଚାର କରିବାକୁ କୁହାଯାଇଛି। ଏହାସହ ମାଇଁଗଭ୍ ପୋର୍ଟାଲରେ ଆଣ୍ଟିଡ୍ରଗ୍ ଇ-ଶପଥ ନେବା ନିମନ୍ତେ ସଚେତନତା ସୃଷ୍ଟି କରିବାକୁ ନିର୍ଦେଶ ଦିଆଯାଇଛି।
Powered by Froala Editor