ଗନ୍ଧମାର୍ଦ୍ଧନ ପାହାଡ ଉପରେ ଫସିଥିବା ୧୭ ପର୍ଯ୍ୟଟକ ହେଲେ ଉଦ୍ଧାର
ଭୁବନେଶ୍ବର : ଗନ୍ଧମାର୍ଦ୍ଧନ ପାହାଡ ଉପରେ ଫସିଥିବା ୧୭ ଜଣ ଛତିଶଗଡ ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି। ନୃସିଂହନାଥଠାରୁ ୫ କିମି ଦୂର କପିଳଧାରା ଜଳପ୍ରପାତ ନିକଟରେ ଏହି ପର୍ଯ୍ୟଟକମାନେ ଫସି ଯାଇଥିଲେ। ସ୍ଥାନୀୟ ପ୍ରଶାସନ ଏ ସମ୍ପର୍କରେ ସୂଚନା ପାଇବା ପରେ ପର୍ଯ୍ୟଟକମାନଙ୍କୁ ଉଦ୍ଧାର ଉଦ୍ୟମ ଆରମ୍ଭ କରିଥିଲା । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଦୀର୍ଘ ଘଣ୍ଟାର ଉଦ୍ୟମ ପରେ ୧୭ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି।
Powered by Froala Editor