ମଦ ଭାଟି କର୍ମଚାରୀଙ୍କୁ ହତ୍ୟା ଘଟଣାରେ ୩ ଗିରଫ
ବଲାଙ୍ଗୀର: ମଦ ଭାଟି କର୍ମଚାରୀଙ୍କୁ ହତ୍ୟା ଘଟଣାରେ ୩ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ବଳରାମ ବାରିକଙ୍କ ସମେତ ଦୁଇ ସହଯୋଗୀଙ୍କୁ ପୁଲିସ୍ ଗିରଫ କରିଛି। ଦୁର୍ବୁତ୍ତମାନେ ମଦ ଭାଟିରେ କାମ କରୁଥିବା ଦୁଇ ଜଣ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ବିହାରର ସାରଦା ଯାଦବ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବଲାଙ୍ଗିର ସଦର ଥାନା ପୁଲିସ୍ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।
Powered by Froala Editor