ସଡକ ଦୁର୍ଘଟଣାରେ ଯୁବକ ମୃତ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସିଙ୍ଗଳପଡ଼ା ରାସ୍ତାରେ ଜଣେ ଯୁବକ ନିଜ ବାଇକରେ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଗାଈ ସହିତ ଧକ୍କା ହୋଇ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ଯୁବକଜଣକ ଛିଟିକି ପଡ଼ିବାରୁ ମୁଣ୍ଡରେ ଶକ୍ତ ଆଘାତ ଲାଗି ମୁଣ୍ଡ ଓ ନାକରୁ ପ୍ରଚୁର ରକ୍ତ ସ୍ରାବ ହେବାରୁ ଗୁରୁତର ଅବସ୍ଥାରେ ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଯୁବକ ଜଣକ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁକୁଡ଼ାହାଡ଼ ଗ୍ରାମର ହେମସାଗର କୁଅଁର(୨୧) ବୋଲି ଜଣାପଡ଼ିଛି।
Powered by Froala Editor