୧୬ ପରେ ପରିସ୍ଥିତି ଦେଖି ଅନଲକ
ଭୁବନେଶ୍ବର: କରୋନା ସମୟରେ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କାଟେଗୋରୀ ‘ଏ’ ଓ ‘ବି’ ଅନୁଯାୟୀ ସରକାର ଲକଡାଉନ କଟକଣାକୁ କୋହଳ କରୁଛନ୍ତି । ଆଉ ମାତ୍ର ଦୁଇ ଦିନ ପରେ ରାଜ୍ୟ ସରକାର ଲାଗୁ କରିିଥିବା ଲକ୍ଡାଉନ୍ ଅବଧି ଶେଷ ହେବ। ଏନେଇ ଡିଏମଏଟିର ଡାକ୍ତର ସି ବି କେ ମହାନ୍ତି କହିିଛନ୍ତି, ‘କେନ୍ଦ୍ର ସରକାରଙ୍କ କହିବା ଅନୁସାରେ ବର୍ତ୍ତମାନ ବ୍ରିଟେନ, ରୁଷିଆ, ବାଂଲାଦେଶ, ଇଣ୍ଡୋନେସିଆରେ ତୃତୀୟ ଲହର ଚାଲିଛି। ମାତ୍ର ଭାରତରେ ଏଯାଏ ତୃତୀୟ ଲହର ଆସିନି। ତୃତୀୟ ଓ ଚତୁର୍ଥ ଲହର ଆସିପାରେ। ହେଲେ ବର୍ତ୍ତମାନ ଓଡ଼ିଶାରେ ସଂକ୍ରମଣ ତଳମୁହାଁ ଅଛି। ୧୬ ପରେ ପରିସ୍ଥିତି ଦେଖି ଅନଲକ କରାଯିବ।’
ସେହିପରି ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର ନିଜର ବୟାନ ଦେଇ କହିଛନ୍ତି କି, ‘ରାଜ୍ୟରେ କରୋନା ସଂକ୍ରମଣ କମୁଛି, ମାତ୍ର ଆମେ ସ୍ଥିତି ଉପରେ ନଜର ରଖୁଛୁ। ପଡୋଶୀ ଛତିଶଗଡ଼ରେ ସଂକ୍ରମଣ କିଛିଟା ବଢ଼ିଛି। ତେଣୁ ନୂଆପଡ଼ା ଉପରେ ଆମେ ନଜର ରଖିଛୁ। ଆମକୁ ସଜାଗ ରହିବାକୁ ପଡିବ। ସରକାର ସବୁ କଥା ଦେଖି ୧୬ ତାରିଖରେ ସରୁଥିବା ଲକଡାଉନ ଉପରେ ନିଷ୍ପତ୍ତି ନେବେ।’
ପ୍ରକାଶ ଯେ, ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ଆଉ ୨୦୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୧୯୨ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୮୮୨ ଜଣ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୯, ବାଲେଶ୍ୱରରେ ୧୧୫, ବରଗଡ଼ରେ ୩୮, ଭଦ୍ରକରେ ୧୧୦, ବଲାଙ୍ଗୀରରେ ୧୭, ବୌଦ୍ଧରେ ୧୨, କଟକରେ ୨୮୩, ଦେବଗଡ଼ରେ ୩, ଢେଙ୍କାନାଳରେ ୬୧, ଗଜପତିରେ ୩, ଗଞ୍ଜାମରେ ୫, ଜଗତସିଂହପୁରରେ ୯୯, ଯାଜପୁରରେ ୧୨୦, ଝାରସୁଗୁଡ଼ାରେ ୫, କଳାହାଣ୍ଡିରେ ୫, କନ୍ଧମାଳରେ ୧୯, କେନ୍ଦ୍ରାପଡ଼ାରେ ୫୮, କେନ୍ଦୁଝରରେ ୪୬, ଖୋର୍ଦ୍ଧାରେ ୪୪୩, କୋରାପୁଟରେ ୧୦, ମାଲକାନାଗିରିରେ ୪୭, ମୟୂରଭଞ୍ଜରେ ୧୧୫, ନବରଙ୍ଗପୁରରେ ୧୦, ନୟାଗଡ଼ରେ ୫୮, ନୂଆପଡ଼ାରେ ୪, ପୁରୀରେ ୧୩୩, ରାୟଗଡ଼ାରେ ୧୬, ସମ୍ବଲପୁରରେ ୩୦, ସୋନପୁରରେ ୯, ସୁନ୍ଦରଗଡ଼ରେ ୫୬ ଓ ରାଜ୍ୟ ପୁଲରେ ୮୫ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor