ଯାତ୍ରୀଙ୍କ ସୁବିଧା ପାଇଁ ଏହି ରେଳରେ ଅତିରିକ୍ତ ବଗି ସଂଯୋଗ

ଭୁବନେଶ୍ବର : ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ କିଛି ରେଳର ସମୟସୀମା ବୃଦ୍ଧି ଏବଂ କିଛି ରେଳରେ ଅତିରିକ୍ତ ବଗି ସଂଯୋଗ କରାଯାଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର-ଧାନବାଦ ସ୍ବତନ୍ତ୍ର ରେଳ ଜୁଲାଇ ୩୧ ଏବଂ ଭୁବନେଶ୍ୱରରୁ ଧାନବାଦ ଅଗଷ୍ଟ ୧ ପର୍ଯ୍ୟନ୍ତ ଚଳାଚଳ ବୃଦ୍ଧି କରାଯାଇଛି। ଶାଲିମାର-ପୁରୀ ସ୍ବତନ୍ତ୍ର ଅଗଷ୍ଟ ୩୧ ଏବଂ ଶାଲିମାରରୁ ପୁରୀ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ଚଳାଚଳ ବୃଦ୍ଧି ହୋଇଛି। ସିକନ୍ଦରାବାଦ-ବିଶାଖାପାଟଣା-ସିକନ୍ଦରାବାଦ ବନ୍ଦେ ଭାରତ ଏକ୍ସପ୍ରେସରେ ୧୬ଟି ବଗି ଥିବାବେଳେ ଏହାକୁ ୨୦ଟି ବଗିକୁ ବୃଦ୍ଧି କରାଯାଇଛି। ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସରେ ଗୋଟିଏ ସ୍ଲିପର୍ କ୍ଲାସ ବଗି ଏବଂ ଗୋଟିଏ ଏସି ୨-ଟାୟାର ଅତିରିକ୍ତ ବଗି ସଂଯୋଗ ହୋଇଛି।
Powered by Froala Editor