ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ତଦନ୍ତ କମିଟି ନିକଟରେ ହାଜର ହେବେ ଆଇଆଇସି ସଦସ୍ୟ

ଭୁବନେଶ୍ବର:ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ବାଲେଶ୍ୱର ଯିବ ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି । ତଦନ୍ତ କମିଟି ନିକଟରେ ହାଜର ହେବେ ଆଇଆଇସି ସଦସ୍ୟ । ଆଜି ଓ ଆସନ୍ତାକାଲି ଏଫ୍ଏମ୍ କଲେଜରେ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଗଠିତ ହୋଇଛି ତଦନ୍ତ କମିଟି । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇଆଇସି ବ୍ୟକ୍ତିଗତ ଭାବେ ଏହି ତଦନ୍ତ କିମିଟିରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଏଫ୍ଏମ୍ କଲେଜରେ ହାଜର ହେବେ ଆଇସିସି ସଦସ୍ୟ । ବାଲେଶ୍ୱର ଶିକ୍ଷା ନିର୍ଦ୍ଦେଶାଳୟର ଏନେଇ ନିର୍ଦ୍ଦେଶ ରହିଛି । ଆହତ ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କୁ ଛାଡି ଅନ୍ୟ ୯ଜଣଙ୍କୁ ହାଜର ହେବାକୁ କୁହାଯାଇଛି ।
Powered by Froala Editor