+୨ ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ ପାଇବ ଆଜି

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ଆସନ୍ତାକାଲି (ଶୁକ୍ରବାର) ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ଶିକ୍ଷା ପାଠ୍ୟକ୍ରମରେ ୧୦୦୯ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବାବେଳେ ୧୦୦୮ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେଇଥିଲେ। ଶୁକ୍ରବାର ଅପରାହ୍ଣ ୪ଟା ୩୦ରେ ପରୀକ୍ଷା ଫଳ ପରିଷଦ କାର୍ଯ୍ୟାଳୟରେ ଘୋଷଣା କରାଯିବ। ପରୀକ୍ଷାର୍ଥୀ www.results.odisha.gov.in ଲଗଇନ୍ କରି ଅପରାହ୍ଣ ୫ଟାରୁ ଫଳ ଦେଖିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।
Powered by Froala Editor