ସୌମ୍ୟାଶ୍ରୀ ମୃତ୍ୟୁ: ହାଇକୋର୍ଟରେ ଦାୟର ହେଲା ଜନସ୍ଵାର୍ଥ ମାମଲା

ଭୁବନେଶ୍ଵର: ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ଦାୟର ହୋଇଛି। ମାମଲାର ତଦନ୍ତ ପାଇଁ ଏକ ଏସଆଇଟି(ସ୍ଵତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରାଯିବା ସହିତ ହାଇକୋର୍ଟଙ୍କ ତତ୍ତ୍ଵାବଧାନରେ ଏହାର ତଦନ୍ତ କରିବାକୁ ଜନସ୍ଵାର୍ଥ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଛି। ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦେଶକ, କଂଗ୍ରେସ, ବିଜେଡି ଏବଂ ୟୁଜିସିକୁ ପକ୍ଷଭୁକ୍ତ କରାଯାଇଛି।
ଅନ୍ୟପଟେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ଏକ ଟିମ ଗୁରୁବାର କଲେଜକୁ ଯାଇ ତଦନ୍ତ କରିଛି। ନିଆଁ ଲିଭାଇବାକୁ ଉଦ୍ୟମ କରି ଆହତ ହୋଇଥିବା ଜ୍ୟୋତିପ୍ରକାଶଙ୍କୁ ଟିମ୍ ଭେଟିଥିବା ଜଣାପଡ଼ିଛି।
Powered by Froala Editor