ନନ୍ଦନକାନନରେ ଆଜାଦି କା ଅମୃତ ମହୋତ୍ସବ ଆରମ୍ଭ

ଭୁବନେଶ୍ବର: ନନ୍ଦନକାନନରେ ଆରମ୍ଭ ହେଲା ଆଜାଦି କା ଅମୃତ ମହୋତ୍ସବ। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ଭାରତର ୭୫ତମ ସ୍ଵାଧୀନତା ବର୍ଷ ଉପଲକ୍ଷେ ନନ୍ଦନକାନନ ତରଫରୁ ସୋମବାର ଆଜାଦି କା ଅମୃତ ମହୋତ୍ସବ ଆରମ୍ଭ ହୋଇଛି। ଏହି ଉତ୍ସବ ୭ ଦିନ ଧରି ଚାଲିବ।
ପ୍ରଥମ ଦିନରେ ନନ୍ଦନକାନନରେ ରହୁଥିବା ବିରଳ ପ୍ରଜାତିର ବଜ୍ରକାପ୍ତା ଓ ନନ୍ଦନକାନନ ମଧ୍ୟରେ ରହୁଥିବା କର୍ମଚାରୀଙ୍କ ପାଇଁ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବଜ୍ରକାପ୍ତାର ବଂଶ କିଭଳି ସଂରକ୍ଷଣ ରଖାଯିବ ସେନେଇ ଆଲୋଚନା କରାଯାଇଥିଲା। ଏହି କାର୍ୟ୍ୟକ୍ରମକୁ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ) ଶଶି ପଲ ଉଦଘାଟନ କରିଥିଲେ। ଏହା ସମ୍ପୂର୍ଣ ଭାବରେ ଭର୍ଚ୍ଚୁଆଲ ମାଧ୍ୟମରେ କରାଯାଇଥିଲା।
Powered by Froala Editor