ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା, ୧୦୦ ପରୀକ୍ଷାର୍ଥୀଙ୍କୁ ନେଇ ଗୋଟିଏ ସେଣ୍ଟର
କଟକ: ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା ଲାଗି ଆସନ୍ତା ୧୪ ତାରିଖରେ ଅନ୍ଲାଇନ୍ରେ ଫର୍ମ ପୂରଣ ଅବଧି ଶେଷ ହେବା ପରେ ୧୮ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଗାଇଡ୍ଲାଇନ୍ ଆଧାରରେ ଜିଲ୍ଲା ଶିକ୍ଷାଧିକାରୀମାନେ ଜିଲ୍ଲାସ୍ତରରେ ସେଣ୍ଟର ଚୟନ କରି ତାଲିକା ବୋର୍ଡ କାର୍ୟ୍ୟାଳୟକୁ ପଠାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଅତିକମ୍ରେ ୧୦୦ ଜଣ ପରୀକ୍ଷାର୍ଥୀଙ୍କୁ ନେଇ ଗୋଟିଏ ସେଣ୍ଟର କରାଯିବ । ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ ଥିଲେ ଶହେରୁ ଅଧିକ ପରୀକ୍ଷାର୍ଥୀଙ୍କୁ ନେଇ ମଧ୍ୟ ସେଣ୍ଟର୍ ହୋଇପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ୧୮ ତାରିଖ ସୁଦ୍ଧା ସେଣ୍ଟର ଚୟନ ପ୍ରକ୍ରିୟା ଶେଷ ହେବା ପରେ ଉକ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଆସନ୍ତା ୨୮ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ଏବଂ ଓଏମ୍ଆର ସିଟ୍ ବୋର୍ଡ କାର୍ୟ୍ୟାଳୟ ପକ୍ଷରୁ ପହଞ୍ଚାଇ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।ସୂଚନାଯୋଗ୍ୟ, ମାଟ୍ରିକ୍ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ଲାଗି ଅଫ୍ଲାଇନ୍ରେ ପରୀକ୍ଷା ଆସନ୍ତା ୩୦ରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହେବ । ପରୀକ୍ଷା ଫଳ ନେଇ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ ମଧ୍ୟ ଫର୍ମପୂରଣ ଅଧିକ ହୋଇନଥିବା ସୂଚନା ମିଳିଛି ।
Powered by Froala Editor