ପ୍ରିନ୍ସିପାଲ, ଶିକ୍ଷକ, ଅଣ-ଶିକ୍ଷକ କର୍ମଚାରୀଙ୍କ ଡ୍ୟୁଟି ୭ ଘଣ୍ଟିଆ ବାଧ୍ୟତାମୂଳକ

ବାୟୋମେଟ୍ରିକ୍ ଉପସ୍ଥାନ ପ୍ରଣାଳୀ ବ୍ୟବହାର କରୁ ନଥିବା ପ୍ରିନ୍ସପାଲ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି। ଏନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ମହାବିଦ୍ୟାଳୟର ପ୍ରିନ୍ସିପାଲ ତଥା ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନଙ୍କୁ ୭ ଘଣ୍ଟିଆ କର୍ତ୍ତବ୍ୟ ନିୟମକୁ କଡ଼ାକଡ଼ି ମାନିବାକୁ ନିର୍ଦ୍ଦେଶ ହୋଇଛି।
କାରଣ କିଛି କର୍ମଚାରୀ ଉପସ୍ଥିତି ନିୟମ ଉଲ୍ଲଂଘନ କରୁଥିବା ରିପୋର୍ଟ ହୋଇଛି। ବିଭାଗ ଚେତାବନୀ ଦେଇଛି କହୁ କର୍ମଚାରୀ ଅଫିସରେ ୭ ଘଣ୍ଟା ରହୁ ନାହାନ୍ତି। ବାରମ୍ବାର ଜଣାଇବା ପରେ ମଧ୍ୟ ପ୍ରିନ୍ସପାଲ ଓ କର୍ମଚାରୀମାନେ ମନଇଛା କାମ କରୁଛନ୍ତି। କାହାକୁ ନ ଜଣାଇ ମନ ଇଚ୍ଛା ଛୁଟିରେ ରହୁଛନ୍ତି। ଏନେଇ ସବୁ କଲେଜ ପ୍ରିନ୍ସପାଲଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ତାଗିଦ୍ କରି ଚିଠି ଲେଖାଯାଇଛି।
ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଉଲ୍ଲେଖ କରିଛନ୍ତି ଯେ, କେତେକ ପ୍ରିନ୍ସିପାଲ ନିଜେ ଏହି ନିୟମ ଉଲ୍ଲଂଘନ କରୁଛନ୍ତି, କିନ୍ତୁ ଅନ୍ୟ କର୍ମଚାରୀଙ୍କ ସମାନ କାର୍ଯ୍ୟ ପାଇଁ କଡ଼ା ମନୋଭାବ ଗ୍ରହଣ କରୁଛନ୍ତି। ଚିଠି ଅନୁସାରେ, କେତେକ ପ୍ରିନ୍ସିପାଲ ଓ କର୍ମଚାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ନ ଦେଇ ମହାବିଦ୍ୟାଳୟରୁ ଅନୁପସ୍ଥିତ ରହୁଛନ୍ତି।
Powered by Froala Editor