ଆଦୌ ଭୟଭୀତ ହେବାର ଆଶଙ୍କା ନାହିଁ: ସୁରେଶ ପୂଜାରୀ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ସୁରେଶ ପୂଜାରୀ କହିଛନ୍ତି ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି । ପରିସ୍ଥିତିରେ ସୁଧାର ଆସିଛି, ଧୀରେଧୀରେ ପାଣି କମିବ । ଆଦୌ ଭୟଭୀତ ହେବାର ଆଶଙ୍କା ନାହିଁ । ତଳମୁଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାକୁ ରେଡ ଆଲର୍ଟ ରହିଛି । ବର୍ଷା ପାଣି ସହ ଝାଡଖଣ୍ଡର ଡ୍ୟାମରୁ ପାଣି ଆସୁଛି । ଏଥିପାଇଁ ଝାଡଖଣ୍ଡ ସରକାରଙ୍କ ସହ ଯୋଗଯୋଗରେ ଅଛୁ । ସେହିପରି ସୁବର୍ଣ୍ଣରେଖାରେ ଜଳସ୍ତର ଧୀରେଧୀରେ ବଢୁଛି । ତଳିଆ ଅଞ୍ଚଳର ଲୋକଙ୍କୁ ରିଲିଫ୍ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । କଟକରୁ ୨ଟି ଓଡ୍ରାଫ୍ ଟିମ୍ ବାଲେଶ୍ୱର ଯିବେ । ଆଉ ଏକ ଲଘୁଚାପ ଥିବାରୁ ଏହା ଉପରେ ନଜର ରହିଛି । ବିଭିନ୍ନ ଜାଗାରେ ଘାଇ ସୃଷ୍ଟି ହୋଇଛି । ବ୍ୟାପକ ଚାଷ, ପନିପରିବା ଫସଲ ନଷ୍ଟ ହୋଇଥିବା ମନ୍ତ୍ରୀ କହିଛନ୍ତି ।
Powered by Froala Editor