ଶରଧାବାଲି ଅଘଟଣରେ ପ୍ରତିକ୍ରିୟା ରଖି ଏହା କହିଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ରଥଯାତ୍ରାର ଚରମ ବିଶୃଙ୍ଖଳତା ଓ ଶ୍ରଦ୍ଧାଳୁମାନଙ୍କ ମୃତ୍ୟୁ ସମ୍ବାଦ ମୋତେ ଭୀଷଣ ଆଘାତ ଦେଇଛି। ଯେଉଁ ଶ୍ରଦ୍ଧାଳୁମାନଙ୍କ ମୃତ୍ୟୁ ଘଟିଲା, ସେମାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବାକୁ ମୋର ଭାଷା ନାହିଁ। ଭକ୍ତମାନେ କାହିଁ କେତେ ଦୂରରୁ କଷ୍ଟ ସ୍ବୀକାର କରି ରଥରେ ତିନିଠାକୁରଙ୍କୁ ଦର୍ଶନ କରିବାକୁ ଆସିଥିଲେ। ସେମାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରାଇବାକୁ ସରକାର ଅକ୍ଷମ ହେବା ଜାଣି ମୁଁ ଆଶ୍ଚର୍ଯ୍ୟ ହେଉଛି। ବହୁ ଆଡମ୍ବରେ ଲଘୁକ୍ରିୟା ବୋଲି କହି ଶରଧାବାଲି ଅଘଟଣ ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ସେ ଆହୁରି କହିଛନ୍ତି, ସରକାର ଅନଭିଜ୍ଞ। କିନ୍ତୁ ବ୍ୟବସ୍ଥା ତ ଅନଭିଜ୍ଞ ନୁହେଁ। ସେହି ବ୍ୟବସ୍ଥାରେ ସମନ୍ବୟ ରକ୍ଷା କରି ପ୍ରତିବର୍ଷ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ରଥ ଯାତ୍ରା ସଂପନ୍ନ ହୁଏ। ଚଳିତ ଥରର ଏପରି ଅବ୍ୟବସ୍ଥା ଓ ଅଘଟଣ ଦର୍ଶାଉଛି ସରକାରଙ୍କର ବିଭିନ୍ନ ବିଭାଗ ଭିତରେ ସମନ୍ବୟ ନାହିଁ। କେହି କାହାକୁ ମାନିବା ଅବସ୍ଥାରେ ନାହାନ୍ତି। ଯାହାର ଫଳସ୍ୱରୂପ ତିନୋଟି ଅମୂଲ୍ୟ ଜୀବନ ଗଲା ଓ ଅନେକ ଲୋକ ଭୀଷଣ ଭାବେ ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
Powered by Froala Editor