ଦାରୁବ୍ରହ୍ମଙ୍କୁ ଦର୍ଶନ ବେଳେ ଅଘଟଣ: ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କଲେ ୱାଇ ବି ଖୁରାନିଆ

ଭୁବନେଶ୍ଵର: ଶରଧାବାଲି ରଥାରୂଢ ଦାରୁବ୍ରହ୍ମଙ୍କୁ ଦର୍ଶନ ବେଳେ ବଡ ଅଘଟଣ ସାମ୍ନାକୁ ଆସିଛି। ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଏନେଇ ପଦକ୍ଷେପ ନେବେ । ଆକ୍ସନ ଓ ତଦନ୍ତ ନେଇ ନିଷ୍ପତ୍ତି ଖୁବ ଶୀଘ୍ର ହେବ । ଘଟଣାର ପୁରା ତଦନ୍ତ ହେବ। ଏହାସହ ରବିବାର ଦିନ ସେ ନିଜେ ପୁରୀ ଗସ୍ତରେ ଯିବେ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ। ଅନ୍ୟପଟେ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ । ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ ବୋଲି କହିଲେ ଡିଜିପି । ଭକ୍ତ ମୋବାଇଲ୍ରେ ଫଟୋ ନେବାରୁ ସମସ୍ୟା ହେଉଥିବା ସେ କହିଛନ୍ତି। ଶ୍ରଦ୍ଧାଳୁଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍ପି । ରଥ ଚାରିପାଖରେ ପୁଲିସ୍ କର୍ମୀ ମୁତୟନ ଥିବା କହିଛନ୍ତି ଏସପି । ପୁଲିସ୍ ଭିଡ଼ ଭିତରେ ନ ଥିବା କଥା ଠିକ୍ ନୁହେଁ ବୋଲି କହିଛନ୍ତି ଏସ୍ପି ବିନୀତ ଅଗ୍ରଓ୍ବାଲ ।
Powered by Froala Editor