ଛେରାପହଁରା କରୁଛନ୍ତି ଗଜପତି ମହାରାଜା

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଏବେ ପୁରୀ ଚଳଚଂଚଳ ହୋଇପଡ଼ିଛି । ଚତୁର୍ଦ୍ଧାମୂର୍ତି ପହଣ୍ଡିରେ ଆସି ରଥରେ ବିଜେ କରିସାରିଛନ୍ତି । ଏବେ ରଥରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।
ଭୋର ସାଢେ଼ ୪ଟାରେ ମଙ୍ଗଳ ଆଳତୀ, ସକାଳ ୫ଟାରେ ମଇଲମ, ତଡ଼ପଲାଗି, ରୋଷହୋମ ହେବା ସହ ଅବକାଶ ନୀତି ସମ୍ପାଦିତ ହୋଇଥିଲା । ସେହିପରି ୫ଟା ୪୦ରେ ସୂର୍ଯ୍ୟ ପୂଜା, ୬ଟାରେ ଦ୍ୱାରପାଳ ପୂଜା, ସକାଳ ୮ଟାରେ ରଥ ପ୍ରତିଷ୍ଠା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଅପରପକ୍ଷରେ ୮ଟା ୧୫ରେ ମଙ୍ଗଳାର୍ପଣ ହୋଇଥିବାବେଳେ ସାଢେ଼ ୮ଟାରେ ପହଣ୍ଡି ପାଇଁ ପୂର୍ବରୁ ସମୟ ଧାର୍ଯ୍ୟ କରାଯାଇଥିଲା । ୧୨ଟା ୪୫ରୁ ଅପରାହ୍ନ ୨ଟା ଭିତରେ ଛେରାପହଁରା ନୀତି ଧାର୍ଯ୍ୟ ହୋଇଥିଲେବି ଏହା ସଅଳ ସଅଳ ହୋଇପାରିଛି । ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ପାଇଁ ସମୟ ନିଧାର୍ଯ୍ୟ ହୋଇଥିବାବେଳେ ଅପରାହ୍ନ ୩ଟାରେ ରଥ ଟଣାହେବ । ତେବେ ସବୁ ନୀତିକାନ୍ତି ସୂଚାରୁରୂପେ ସମ୍ପାଦିତ ହେଉଥିବାରୁ ରଥ ଟଣା ବି ସଅଳ ହେବବୋଲି ଆଶା କରାଯାଉଛି ।
Powered by Froala Editor