Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ...

  • ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ...

  • ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ...

  • ଶିଶୁଙ୍କୁ ସୁନା ମୁଦି ଉପହାର ଦେବେ ସରକାର

  • ହୋର୍ମୁଜ୍ ପାର୍ କଲା ଆଉ ୩୦ ଜାହାଜ

  • ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ...

  • କାବେରୀରେ ଭାସିଗଲେ ୫ ଜଣ

  • ଥରେ ନୁହେଁ, ବାରମ୍ବାର କେତନଙ୍କୁ ...

  • ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ...

  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ...

Home ›› ››'ବିକାଶଶୀଳ ରାଜ୍ୟରୁ ବିକଶିତ ରାଜ୍ୟରେ ପରିଣତ କରିବା ସମୃଦ୍ଧ ଓଡ଼ିଶା ଅଭିଯାନର ଉଦ୍ଦେଶ୍ୟ'

'ବିକାଶଶୀଳ ରାଜ୍ୟରୁ ବିକଶିତ ରାଜ୍ୟରେ ପରିଣତ କରିବା ସମୃଦ୍ଧ ଓଡ଼ିଶା ଅଭିଯାନର ଉଦ୍ଦେଶ୍ୟ'

2025-06-11 06:42:57
14825
Share:
Facebook
Twitter
E-Mail
WhatsApp
Telegram
'ବିକାଶଶୀଳ ରାଜ୍ୟରୁ ବିକଶିତ ରାଜ୍ୟରେ ପରିଣତ କରିବା ସମୃଦ୍ଧ ଓଡ଼ିଶା ଅଭିଯାନର ଉଦ୍ଦେଶ୍ୟ'

ଭୁବନେଶ୍ବର: ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ସଂକଳ୍ପବଦ୍ଧ। ଆମେ ଏପରି ଏକ ଓଡ଼ିଶା ଗଠନ କରିବାକୁ ଚାହୁଁଛୁ, ଯାହା ‘ବିକଶିତ ଭାରତ’ରେ ଏକ ଉଜ୍ଜ୍ୱଳ ତାରକା ଭାବରେ ଉଦୀୟମାନ ହେବ। ରାଜ୍ୟକୁ ବର୍ତ୍ତମାନର ‘ବିକାଶଶୀଳ ରାଜ୍ୟ’ରୁ ‘ବିକଶିତ ରାଜ୍ୟ’ ରେ ପରିଣତ କରିବା ସମୃଦ୍ଧ ଓଡ଼ିଶା ଅଭିଯାନର ଉଦ୍ଦେଶ୍ୟ। ୨୦୩୬ ସୁଦ୍ଧା ଓଡିଶାକୁ ୫୦୦ ନିୟୁତ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବା ଏବଂ ଓଡିଶାକୁ ଦେଶର ଶ୍ରେଷ୍ଠ ପାଞ୍ଚ ଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ଦେବା ଏହି ଲକ୍ଷ୍ୟର ପ୍ରଥମ ମାପଦଣ୍ଡ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଲୋକସେବା ଭବନରେ ସୁଶାସନ ଏବଂ ବିକଶିତ ଓଡ଼ିଶା-୨୦୩୬ ଓ ୨୦୪୭ ସଂପର୍କିତ ଜାତୀୟସ୍ତରୀୟ ଆଲୋଚନା ଚକ୍ରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୩୬ ସୁଦ୍ଧା ସମସ୍ତ ପ୍ରମୁଖ କ୍ଷେତ୍ର ଗୁଡ଼ିକରେ ବ୍ୟାପକ ଅଗ୍ରଗତି ଆଣିବା ପାଇଁ ୩୬ଟି ସର୍ବୋଚ୍ଚ ପ୍ରାଥମିକ କାର୍ଯ୍ୟକ୍ରମ ଚିହ୍ନଟ କରାଯାଇଛି। ଆମର ଏହି ରଣନୈତିକ ପଦକ୍ଷେପର ନାଁ ହେଉଛି ‘୩୬ ପାଇଁ ୩୬’।
ସେ କହିଥିଲେ ଯେ ଭିତ୍ତିଭୂମି ନିର୍ମାଣ ରୋଜଗାର ସୃଷ୍ଟି କରିଥାଏ। ତେଣୁ ଆମ ସରକାର ଚଳିତ ବଜେଟରେ ଏ କ୍ଷେତ୍ରରେ ୬୫,୦୧୨ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି, ଯାହା ରାଜ୍ୟ ମୋଟ ଜିଡିପିର ୬.୧ ପ୍ରତିଶତ। ଓଡ଼ିଶାକୁ ଏକ ‘କୃଷିଭିତ୍ତିକ ଅର୍ଥନୀତି’ରୁ ‘ମିଶ୍ରିତ ଅର୍ଥନୀତି’ ଆଡକୁ ନେବା ପାଇଁ ଶିକ୍ଷିତ ଯୁବ ବର୍ଗ ପାଇଁ ଉପଯୁକ୍ତ ସୁଯୋଗ ସୃଷ୍ଟି
କରିବାକୁ ହେବ। ଆମ ସରକାରଙ୍କ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ଦୁଇ ଦିନରେ ୧୭ ଲକ୍ଷ କୋଟି ଟଙ୍କାରୁ ବି ଅଧିକ ପୁଞ୍ଜି ନିବେଶ ପାଇଥିଲା। ୧୩ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ମିଳିବ। ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ବାସଗୃହ, ମହିଳା ସଶକ୍ତୀକରଣ, ଜନଜାତି ଓ ଅନୁସୂଚିତ ଜାତି ବିକାଶ କ୍ଷେତ୍ରରେ ଗୁଣାତ୍ମକ ବିକାଶ ପାଇଁ ସରକାର କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବାକୁ ହେବ। ମହିଳା ରାଜ୍ୟର ଅର୍ଥନୈତିକ କ୍ଷେତ୍ରରେ ଅଧିକ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ପାଇଁ ପ୍ରେରିତ କରାଯାଉଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ବଜେଟରେ ପ୍ରାୟ ୪୦ ପ୍ରତିଶତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ସରକାର ସ୍ୱତନ୍ତ୍ର ଭାବେ ୬୮ ହଜାର ୮୮୧ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଭିଜନ ଡକ୍ୟୁମେଣ୍ଟ ପାଇଁ ଓଡ଼ିଶାର ଜନସାଧାରଣ ଓ ପ୍ରବାସୀ ଓଡ଼ିଆମାନଙ୍କ ଠାରୁ ୩.୨ଲକ୍ଷରୁ ଅଧିକ ପ୍ରସ୍ତାବ ମିଳି ସାରିଛି। ଏହି ଡକ୍ୟୁମେଣ୍ଟ ଜନଭାଗୀଦାରିର ଏକ ଉଜ୍ୱଳ ଉଦାହରଣ। ଜନମତ ଆଧାରରେ ପ୍ରସ୍ତୁତ ଭିଜନ୍ ଡକ୍ୟୁମେଣ୍ଟ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ଆଧାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଲୋଚନା ଚକ୍ରର ପ୍ରାରମ୍ଭିକ ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଶକ୍ତି ଉତ୍ପାଦନ, କୃଷିରେ ମୂଲ୍ୟଯୁକ୍ତ ଉତ୍ପାଦ ସହ ଉତ୍ପାଦିତ ସାମଗ୍ରୀର ପରିବହନର ସୁବିଧା, ଆମ ଯୁବକ ଯୁବତୀମାନଙ୍କର ଦକ୍ଷତା ବିକାଶ କରି ରାଜ୍ୟରେ ଶିଳ୍ପଭିତ୍ତିକ ନିଯୁକ୍ତି, ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବିକଶିତ ଓଡ଼ିଶା ଲକ୍ଷ୍ୟ ସାଧନ ପାଇଁ ଆବଶ୍ୟକ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପୂର୍ବତନ ମୁଖ୍ୟ ସଚିବ ଯୁଗୋଳ କିଶୋର ମହାପାତ୍ର ବିଶେଷଜ୍ଞ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିଥିଲେ। ନୀତି ଆୟୋଗ ସଦସ୍ୟ ରାଜୀବ ଗୌବା, ଡ଼ ବିନୋଦ ପାଲ୍, ପ୍ରଧାନମନ୍ତ୍ରୀଙ୍କ ବିତ୍ତୀୟ ପରାମର୍ଶଦାତା ପରିଷଦ ସଦସ୍ୟ ଡ଼ ଶମିକା ରବି, ଆପଲ ଇଣ୍ଡିଆର ଏମ୍‌ଡି ବିରାଟ ଭାଟିଆ କହିଥିଲେ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପାଇଁ ଓଡ଼ିଶା ସମର୍ଥ।

Powered by Froala Editor

Tags Cm

Related articles Odisha News Lens 4.1

  • ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ
    ଦେଶ-ଦେଶାନ୍ତର

    ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ

    15481
    Jun 25, 2026
  • ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ଜାହାଜଗୁଡ଼ିକ ଉପରୁ ଇରାନ କୌଣସି ପ୍ରକାରର ଟିକସ ...
    ଦେଶ-ଦେଶାନ୍ତର

    ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ଜାହାଜଗୁଡ଼ିକ ଉପରୁ ଇରାନ କୌଣସି ପ୍ରକାରର ଟିକସ ...

    13531
    Jun 25, 2026
  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି
    ଦେଶ-ଦେଶାନ୍ତର

    ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି

    14751
    Jun 25, 2026
  • ଥରେ ନୁହେଁ, ବାରମ୍ବାର କେତନଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ସିୟା
    ଅପରାଧ

    ଥରେ ନୁହେଁ, ବାରମ୍ବାର କେତନଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ସିୟା

    13599
    Jun 25, 2026
  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ଗୋଦାମ ଘର, ୬ ଶ୍ରମିକ ମୃତ
    ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ଗୋଦାମ ଘର, ୬ ଶ୍ରମିକ ମୃତ

    14789
    Jun 24, 2026
  • ହୋର୍ମୁଜ୍ ପାର୍ କଲା ଆଉ ୩୦ ଜାହାଜ
    ଦେଶ-ଦେଶାନ୍ତର

    ହୋର୍ମୁଜ୍ ପାର୍ କଲା ଆଉ ୩୦ ଜାହାଜ

    15142
    Jun 25, 2026
  • ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ, ଏଯାଏଁ ୩୨ ମୃତ
    ଦେଶ-ଦେଶାନ୍ତର

    ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ, ଏଯାଏଁ ୩୨ ମୃତ

    14906
    Jun 25, 2026
  • ଶିଶୁଙ୍କୁ ସୁନା ମୁଦି ଉପହାର ଦେବେ ସରକାର
    ଦେଶ-ଦେଶାନ୍ତର

    ଶିଶୁଙ୍କୁ ସୁନା ମୁଦି ଉପହାର ଦେବେ ସରକାର

    14127
    Jun 25, 2026
  • କାବେରୀରେ ଭାସିଗଲେ ୫ ଜଣ
    ଦେଶ-ଦେଶାନ୍ତର

    କାବେରୀରେ ଭାସିଗଲେ ୫ ଜଣ

    15050
    Jun 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶିଶୁଙ୍କୁ ସୁନା ମୁଦି ଉପହାର ଦେବେ ସରକାର

    14127
    Jun 25, 2026
  • ଦେଶ-ଦେଶାନ୍ତର

    ହୋର୍ମୁଜ୍ ପାର୍ କଲା ଆଉ ୩୦ ଜାହାଜ

    15142
    Jun 25, 2026
  • ଅପରାଧ

    ଥରେ ନୁହେଁ, ବାରମ୍ବାର କେତନଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ସିୟା

    13599
    Jun 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16943
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17562
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17611
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18007
    Sep 06, 2023

ବିଶେଷ

  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15071
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15203
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    15032
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15644
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14509
    Jun 19, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13785
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14877
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15491
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15243
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହୋର୍ମୁଜ୍ ପାର୍ କଲା ଆଉ ୩୦ ଜାହାଜ

    15142
    Jun 25, 2026
  • ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ଜାହାଜଗୁଡ଼ିକ ଉପରୁ ଇରାନ କୌଣସି ପ୍ରକାରର ଟିକସ ଆଦାୟ କରିବ ନାହିଁ

    13531
    Jun 25, 2026
  • ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ

    15481
    Jun 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In