ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍

ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ କେଦାରନାଥ ଦର୍ଶନ ପାଇଁ ଯାଉଥିବା ଏକ ହେଲିକପ୍ଟର ହଠାତ ରାଜପଥ ମଝିରେ ଜରୁରୀକାଳୀନ ଅବତରଣ କରିଛି। ଏହି ସମୟରେ ଏହା ଏକ କାର ସହିତ ଧକ୍କା ହୋଇଥିଲା।ବିଶ୍ୱାସ କରାଯାଉଛି ଯେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଇଲଟ ସତର୍କତା ପ୍ରଦର୍ଶନ କରି ହେଲିକପ୍ଟରକୁ ରାସ୍ତାରେ ଅବତରଣ କରିଥିଲେ। ଏଥିରେ ପାଞ୍ଚ ଜଣ ଯାତ୍ରୀ ଥିଲେ, ସମସ୍ତେ ସୁରକ୍ଷିତ। ତଥାପି, ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି।
ଏହି ଏମରଜେନ୍ସି ଲ୍ୟାଣ୍ଡି ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାର କ୍ଷତିଗ୍ରସ୍ତ ହୋଇଛି, ଯଦିଓ ଏଥିରେ କେହି ନଥିଲେ। ଏହି ଭିଡିଓ ଜରିଆରେ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ସମୟରେ ରାଜପଥରେ ଛିଡ଼ା ହୋଇଥିବା ଏକ କାର ଆଖି ପିଛୁଳାକେ ଚୁରମାର ହୋଇଯାଇଥିବା ଦେଖିବାକୁ ମିଳୁଛି।
ସୌଭାାଗ୍ୟବଶତଃ ଏହି ଦୁର୍ଘଟଣା ସମୟରେ କାର ଭିତରେ କୌଣସି ଯାତ୍ରୀ ବସି ନଥିଲେ। ଯଦ୍ବାରା କାହାକୁ କୌଣସି ପ୍ରକାର କ୍ଷତି ପହଞ୍ଚି ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଭୟରେ ଦୌଡ଼ି ପଳାଇଥିଲେ।
ୟୁସିଏଡିଏର ସିଇଓ ସୂଚନା ଦେଇଛନ୍ତି ଯେ ସେରସିରୁ ଯାତ୍ରୀମାନଙ୍କୁ ନେଇ ଉଡ଼ାଣ ଭରୁଥିବା କ୍ରିଷ୍ଟାଲ ଆଭିଏସନ ପ୍ରାଇଭେଟ ଲିମିଟେଡର ହେଲିକପ୍ଟର ସତର୍କତାମୂଳକ ପଦକ୍ଷେପ ସ୍ବରୂପ ହେଲିପ୍ୟାଡ ପରିବର୍ତ୍ତେ ରାସ୍ତାରେ ଅବତରଣ କରିଥିଲା। କୌଣସି କ୍ଷତି ହୋଇଥିବାର ରିପୋର୍ଟ ନାହିଁ।
Powered by Froala Editor