ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ

ହେରାଫେରି ଫିଲ୍ମର ପାର୍ଟ-୩ରୁ ପରେଶ ରାୱଲଙ୍କର ଅଚାନକ ବାହାରିଯିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏଥିପାଇଁ ଅକ୍ଷୟ କୁମାର ତାଙ୍କ ନାଁରେ ନୋଟିସ ପଠାଇଥିଲେ । ଅକ୍ଷୟ ଓ ପରେଶଙ୍କ ମଧ୍ୟରେ ଏହାକୁ ନେଇ ବାଦ ବିବାଦ ଲାଗି ରହିଥିବାବେଳେ ନୂଆ ସୂଚନା ମିଳିଛି । ଲୋକଙ୍କ ମନରେ ପ୍ରଶ୍ନ ଆସିଛି ଯେ, ଯଦି ପରେଶ ବାବୁରାଓ ଚରିତ୍ରରେ ଅଭିନୟ ନ କରିବେ ତେବେ ତାଙ୍କ ସ୍ଥାନରେ ଆଉ କିଏ ଅଭିନୟ କରିବ।
ଏହାରି ମଧ୍ୟରେ ରେଡିଟ ଏକ ଏଆଇ ଫଟୋ ସେୟାର କରିଛି, ଯେଉଁଥିରେ ବାବୁରାଓଙ୍କ ଗେଟ୍ଅପରେ ପଙ୍କଜ ତ୍ରିପାଠୀ ନଜର ଆସିଛନ୍ତି। ଏହି ଫଟୋରେ ପରେଶଙ୍କ ଚରିତ୍ର ଗଣପତରାଓ ଅପ୍ଟେଙ୍କ ପାଇଁ ପଙ୍କଜଙ୍କୁ ଫିଟ୍ ବୋଲି କହିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏଥିରେ ଫ୍ୟାନ୍ସ ମଧ୍ୟ ଖୁବ ଖୁସି ଅଛନ୍ତି।
ପଙ୍କଜଙ୍କ ନିଖୁଣ ଅଭିନୟ ଓ ଦେଶୀ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିବ । ପରେଶ ଏଥିରୁ ମୁହଁ ବୁଲାଇବା ପରେ ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା । ଯାହାକୁ ଏଆଇ ଦୂର କରିଛି । ଏପରିକି ଏଆଇର ନିଷ୍ପତ୍ତି ସମସ୍ତଙ୍କୁ ପସନ୍ଦ ଆସିଛି ।
ଲୋକଙ୍କ କହିବାନୁଯାୟୀ, ଏହି ଅଭିନେତା ହିଁ ବାବୁରାଓ ଚରିତ୍ରକୁ ଖୁବ ଭଲଭାବେ ଅଭିନୟ କରିପାରିବେ। କିନ୍ତୁ ଫଟୋ ଏଆଇ ତିଆରି କରିଛି, ଫିଲ୍ମ ମେକର୍ସ ହିଁ ନିଷ୍ପତ୍ତି ନେବେ ଯେ, କିଏ ଏହି ଅଭିନୟ କରିବ।
Powered by Froala Editor