ଜୁନ୍ ମାସରୁ ବରିଷ୍ଠ ନାଗରିକଙ୍କୁ ମିଳିବ ୩୫୦୦ ଟଙ୍କା
ଭୁବନେଶ୍ଵର: ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତାଠାରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ବଢ଼ିଲା ଭତ୍ତା। ଏଣିକି ୩ ହଜାର ୫୦୦ ଟଙ୍କା ଭତ୍ତା ମିଳିବ। ଜୁନ୍ ମାସରୁ ବର୍ଦ୍ଧିତ ଭତ୍ତା ଦିଆଯିବ। ୨୦୨୫ ମସିହା ଜୁନ୍ ମାସ ସୁଦ୍ଧା ଯେଉଁ ବରିଷ୍ଠ ନାଗରିକ ମାନଙ୍କ ବୟସ ୮୦ ବର୍ଷ ଅତିକ୍ରମ କରିଥିବ, ସେମାନଙ୍କୁ ସରକାର ଏଣିକି ୩୫୦୦ ଟଙ୍କା ଭତ୍ତା ଦେବେ। ସେହିଭଳି ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କର ଅକ୍ଷମତା ୮୦ ଭାଗରୁ ଅଧିକ ହୋଇଥିବ , ସୋମନଙ୍କୁ ମଧ୍ୟ ଜୁନ୍ ମାସରୁ ମାସିକ ୩ ହଜାର ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ। ଏହି ଭତ୍ତା ବରିଷ୍ଠ ଏବଂ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ସ୍ଵାବଲମ୍ବୀ ଭାବେ ଜୀବନ ଯାପନ କରିବାରେ ସହାୟତା କରିବ ।
Powered by Froala Editor