ଯୁକ୍ତ ତିନି ନାମଲେଖା ଆବେଦନ ସମୟ ସୀମା ଜୁନ୍ ୧ ପର୍ଯ୍ୟନ୍ତ ବୃଦ୍ଧି
ରାଜ୍ୟ ସରକାର ଯୁକ୍ତ ତିନି (+୩) ନାମଲେଖା ପାଇଁ ଆବେଦନ ସମୟସୀମାକୁ ଜୁନ୍ ୧, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା ଅନୁସାରେ, ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନିଆଯାଇଛି। କିଛି ପିଲା ଅନଲାଇନରେ ସର୍ଭର ତ୍ରୁଟି ଯୋଗୁଁ ଏପର୍ଯ୍ୟନ୍ତ ଆବେଦନ କରିପାରି ନାହାନ୍ତି। ତେବେ ବର୍ତ୍ତମାନ ସରକାର ଏହି ଅବଧିକୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଉଚ୍ଚଶିକ୍ଷା ବିଭାଗର ଏହି ପଦକ୍ଷେପ ପରେ, www.samsodisha.gov.in ୱେବସାଇଟ୍ ମାଧ୍ୟମରେ ଅନଲାଇନ କମନ ଆପ୍ଲିକେସନ ଫର୍ମ (CAF) ଜମା କରିବାର ଶେଷ ତାରିଖକୁ ଜୁନ୍ ୧, ୨୦୨୫ ରାତି ୧୧:୪୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଏହି ନିଷ୍ପତ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଆଲୋଚନା କରି କଲେଜଗୁଡ଼ିକରେ +୩ ପାଠ୍ୟକ୍ରମରେ ନାମଲେଖା ପାଇଁ ସମୟସୀମା ବୃଦ୍ଧି ପାଇଁ ଅନୁରୋଧ କରିବା ପରେ ନିଆଯାଇଛି।
+୩ ନାମଲେଖା ଏପ୍ରିଲ୍ ୧୬ ଅର୍ଥାତ ବୁଧବାରଠାରୁ ଆରମ୍ଭ ହୋଇଥିଲା। କମନ୍ ଆପ୍ଲିକେସନ ଫର୍ମରେ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସାମସ୍ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଯେଉଁମାନେ ସିଏଏଫରେ ଆବେଦନ କରିଛନ୍ତି, ମାର୍କସିଟ୍ ଅପଲୋଡ କରିପାରିବେ। ଜୁଲାଇ ୧୦ ତାରିଖରୁ ପାଠପଢା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।
Powered by Froala Editor