ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ
ଭବାନୀପାଟଣା: ସ୍ଥାନୀୟ ଇରିଗେଶନ କଲୋନୀ ଛକ ନିକଟରେ ମଙ୍ଗଳବାର ଭୋର ସମୟରେ ଏକ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ସ୍ଥାନୀୟ ଇରିଗେଶନ କଲୋନୀ ଛକର କାଳିଆ ସତନାମିଙ୍କ ପୁଅ ଶତ୍ରୁଘ୍ନ ସତନାମି ବୋଲି ଜଣାପଡ଼ିଛି। ଆଜି ଭୋର ପ୍ରାୟ ୪.୩୦ ସମୟରେ କଲେଜ ଛକ ଆଡୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ଭୁଲ ରାସ୍ତାରେ ଆସି ଶତ୍ରୁଘ୍ନଙ୍କୁ ଧକ୍କା ଦେଇଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଟ୍ରକ୍ ଧକ୍କାରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକଟି ଫେରାର ହୋଇଯାଇଛି। ଟାଉନ୍ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
Powered by Froala Editor