୩ କଲରାପତରିଆ ସହ ମହାବଳ ବାଘ ଛାଲ ଜବତ
କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଶଗଡା ଅଞ୍ଚଳରୁ ୩ଟି କଲରାପତରିଆ ବାଘଛାଲ ସହ ଗୋଟିଏ ମହାବଳ ବାଘ ଛାଲ ଜବତ କରାଯାଇଛି । ଏଥିରେ ୪ ଜଣଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ, ଓ୍ବାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଟିମ୍ ଜାଲ ବିଛାଇ ଦକ୍ଷିଣ ବନଖଣ୍ଡ ଶଗଡା ଅଞ୍ଚଳରେ ଚଢଉ କରିଥିଲେ । ଚଢଉରେ କ୍ରାଇମ୍ ବୋର୍ଡ ଅଧିକାରୀ ବିପିନ ଚୌଧୁରୀଙ୍କ ନେତୃତ୍ବରେ ଗରିଆବନ୍ଧ, ନୂଆପଡା ଓ କଳାହାଣ୍ଡି ବନ ଅଧିକାରୀ ସାମିଲ ରହିଥିଲେ । ଏହି ଟିମ୍ ବେପାରୀ ପରିଚୟ ଦେଇ ଆନ୍ତଃ ରାଜ୍ୟ ବନ୍ୟଜନ୍ତୁ ସାମଗ୍ରୀ ଚୋରାଚାଲାଣକାରୀ ଦଳର ପର୍ଦ୍ଦାଫାଶ କରିଥିଲା । ବେପାରୀଙ୍କ ଠାରୁ ୩ କଲରାପତରିଆ ବାଘ ଛାଲ ସହ ଗୋଟିଏ ମହାବଳ ବାଘ ଛାଲ ଜବତ କରାଯାଇଛି ।
Powered by Froala Editor