ସ୍କେଟିଂରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କଲେ ୫ ବର୍ଷିୟା ଅଲାନ୍ୟା
ସମ୍ବଲପୁର: ୫ ବର୍ଷିୟା ଅଲାନ୍ୟା ସାହୁ ସ୍କେଟିଂରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି । ବରଗଡ ଜିଲା ଦୁଲମପୁର ନିବାସୀ ତଥା ଏବେ ସମ୍ବଲପୁରରେ ଓଡିଶା ଗ୍ରାମିଣ ବ୍ୟାଙ୍କରେ କାର୍ଯ୍ୟରତ ଅବସରପ୍ରାପ୍ତ ନୌସୈନିକ ବାସୁଦେବ ସାହୁ ଓ ପୁଜା ସାହୁଙ୍କ କନ୍ୟା ଅଲାନ୍ୟା । ସେ ଦେଢ଼ ବର୍ଷର ହୋଇଥିବା ବେଳେ କର୍ଣ୍ଣାଟକ କାରୱା ନେଭାଲ ବେସରେ ଥିବା ସମୟରେ ଛୁଆମାନଙ୍କୁ ସ୍କେଟିଂ କରିବା ଦେଖି ସ୍କେଟିଂ କରିବାର ଆଗ୍ରହ ପ୍ରକାଶ କରିଥିଲେ । ପ୍ରଥମେ ସ୍କେଟିଂକୁ ଖେଳ ରୂପେ ଆରମ୍ଭ କରିଥିବା ଅଲାନ୍ୟାଙ୍କ ମନୋବଳ ଦେଖି ତାଙ୍କୁ ସେଥିରେ ବାପା ଓ ମାଁ ନିଜେ ସ୍କେଟିଂ ଶିଖାଇଥିଲେ । ୨୦୨୩ ମସିହାରେ ସେନା ବାହିନୀରୁ ଅବସର ପରେ ଓଡିଶା ଗ୍ରାମୀଣ ବ୍ୟାଙ୍କରେ ଚାକିରି କରୁଥିବା ବାସୁଦେବ ପରେ ସମ୍ବଲପୁରର ବୁଢ଼ାରଜା ପାହାଡର ପାହାଚରେ ସ୍କେଟିଂର ଅଭ୍ୟାସ କରାଇ ଅଲାନ୍ୟା କୁ ପ୍ରଶିକ୍ଷଣ ଦେଇଥିଲେ ।
Powered by Froala Editor