Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ...

  • ମାଟ୍ରିମୋନିଆଲ୍ ସାଇଟ୍‌ରୁ ଦ୍ୱିତୀୟ ...

  • ୨୦୨୭ ରେ ରିଲିଜ ହେବ ‘ନାଗଜିଲା’

  • ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର

  • ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର

  • ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ...

  • ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ...

  • ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ ...

  • ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ...

  • ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ...

ରାଜ୍ୟ
Home ›› ରାଜ୍ୟ ››ପାକ୍‌ ଗୁପ୍ତଚର ଜ୍ୟୋତି ମାଲହୋତ୍ରା ଲିଙ୍କ୍ ଥିବା ପୁରୀ ଯୁବତୀଙ୍କୁ ଜେରା

ପାକ୍‌ ଗୁପ୍ତଚର ଜ୍ୟୋତି ମାଲହୋତ୍ରା ଲିଙ୍କ୍ ଥିବା ପୁରୀ ଯୁବତୀଙ୍କୁ ଜେରା

2025-05-18 05:50:03
13621
Share:
Facebook
Twitter
E-Mail
WhatsApp
Telegram
ପାକ୍‌ ଗୁପ୍ତଚର ଜ୍ୟୋତି ମାଲହୋତ୍ରା ଲିଙ୍କ୍ ଥିବା ପୁରୀ ଯୁବତୀଙ୍କୁ ଜେରା

ଭୁବନେଶ୍ବର:ପାକିସ୍ତାନ ପାଇଁ ଗୁପ୍ତଚରଗିରି କରିବା ଅଭିଯୋଗରେ ହରିୟାଣା ପୁଲିସ ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଶନିବାର ହିସାରରୁ ଗିରଫ କରିଥିଲା। ଜ୍ୟୋତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିଲେ। ସେ ବିଭିନ୍ନ ସମୟରେ ପାକିସ୍ତାନ ଗସ୍ତ କରିଥିବାବେଳେ ୨୦୨୪ ସେପ୍ଟେମ୍ବର ମାସରେ ପୁରୀ ଆସିଥିଲେ। ଏହା ଜଣାପଡ଼ିବା ପରେ ଗୁଇନ୍ଦା ବ୍ୟୁରୋ(ଆଇବି) ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଜ୍ୟୋତିଙ୍କ ସହିତ ପୁରୀର ଜଣେ ଯୁବତୀ ସମ୍ପର୍କରେ ଥିବା ଜଣାପଡ଼ିବା ପରେ ତାଙ୍କୁ ଜେରା କରାଯାଉଛି।

ଗୁଇନ୍ଦା ଅଧିକାରୀମାନେ ଶନିବାର ପୁରୀ ପୁଲିସ ସହାୟତାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ଜେରା କରିଛନ୍ତି। ଜ୍ୟୋତିଙ୍କ ସହିତ ତାଙ୍କର କ’ଣ ସମ୍ପର୍କ ରହିଥିଲା ସେ ନେଇ ପୁଲିସ ଏବଂ ଗୁଇନ୍ଦା ଅଧିକାରୀମାନେ ଖୋଳତାଡ଼ କରୁଛନ୍ତି। ପୁରୀ ଯୁବତୀ ଜଣକ ମଧ୍ୟ ଜଣେ ୟୁଟ୍ୟୁବର ବୋଲି ଜଣାପଡ଼ିଛି। ତେବେ ଯୁବତୀ ଜଣକ ଜ୍ୟୋତିଙ୍କର କେବଳ ଜଣେ ବନ୍ଧୁ ବୋଲି କହିଥିବା ସୂଚନା ମିଳିଛି। ପୁରୀ ଯୁବତୀ ସ୍ପଷ୍ଟ କରିଛନ୍ତି ଯେ, ୟୁଟ୍ୟୁବ ଜରିଆରେ ସେ ଜ୍ୟୋତିଙ୍କ ସହ ପରିିଚିତ ହୋଇଥିଲେ। ଜ୍ୟୋତି ଶତ୍ରୁ ଦେଶର ଗୁପ୍ତଚର ବୋଲି ସେ ଜାଣି ନ ଥିଲେ। ଏ ବିଷୟରେ ସେ ଜାଣିଥିଲେ ତାଙ୍କ ସହ କେବେ ବି ସମ୍ପର୍କରେ ଆସି ନ ଥାଆନ୍ତେ। ଆବଶ୍ୟକ ପଡ଼ିଲେ ମାମଲାର ତଦନ୍ତରେ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି।

ଜ୍ୟୋତି ୨୦୨୪ ସେପ୍ଟେମ୍ବର ୨୭ ତାରିଖରେ ପୁରୀ ଆସିଥିବା ନେଇ ଇନଷ୍ଟାଗ୍ରାମରେ ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ । ଏବେ ସେ ଗିରଫ ହେବା ପରେ ପୁରୀ ସମ୍ପର୍କିତ କିଛି ତଥ୍ୟ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ଦେଇଥିବା ଅନୁମାନ କରାଯାଉଛି । କେବଳ ପୁରୀ ନୁହେଁ, ସେ ଦେଶର ଅନେକ ପର୍ଯ୍ୟଟନସ୍ଥଳୀ ଯାତ୍ରା କରିବା ସହିତ ତାହାର ଫଟୋ ଓ ସେହି ସ୍ଥାନ ସମ୍ପର୍କରେ ରୋଚକ ତଥ୍ୟ ନିଜ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି।

ଜ୍ୟୋତିଙ୍କର ‘ଦେଶୀ ଇଣ୍ଡୋ ଜୋ’ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି। ସେ ଅନେକ ସମୟରେ ବିଦେଶ ଗସ୍ତ କରନ୍ତି। ପାକିସ୍ତାନକୁ ମଧ୍ୟ ଏକାଧିକ ଥର ଗସ୍ତ କରିଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଭାରତରେ ପାକିସ୍ତାନର ଏକ ସକରାତ୍ମକ ଛବି ସୃଷ୍ଟି କରିବାକୁ ତାଙ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଦାୟିତ୍ଵ ଦେଇଥିଲା ବୋଲି ଜଣାପଡ଼ିଛି।

ଜ୍ୟୋତି ପ୍ରଥମେ ପାକିସ୍ତାନ ଯାଇଥିବା ସମୟରେ ଅହଶନ ଉର ରହିମ ଓରଫ ଦାନିଶ ନାମକ ବ୍ୟକ୍ତି ସଂସ୍ପର୍ଶରେ ଆସିଥିଲେ। ଭାରତ ଫେରିବା ପରେ ବି ସେ ଦାନିସ ସହ ଯୋଗାଯୋଗରେ ରହିଥିଲେ।

୨ୟ ଥର ପାକ୍ ଗସ୍ତ କରିବା ସମୟରେ ଅଶନ ଜରିଆରେ ସେ ଅଲି ଅହଶନ ନାମକ ଅନ୍ୟ ଜଣେ ବ୍ୟକ୍ତି ସହ ପରିଚିତ ହୋଇଥିଲେ। ଅଲି ଅହଶନ ଜ୍ୟୋତିଙ୍କୁ ଆଇଏସଆଇର ସଦସ୍ୟ ସହିତ ପରିଚିତ କରାଇଥିଲା। ଏହା ପରଠାରୁ ଜ୍ୟୋତି ଭାରତ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଆଇଏସଆଇକୁ ପ୍ରଦାନ କରିବା ଆରମ୍ଭ କରିଥିଲେ।

Powered by Froala Editor

Tags Pak link

Related articles Odisha News Lens 4.1

  • ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର
    ମନୋରଞ୍ଜନ

    ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର

    14381
    Apr 16, 2026
  • ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ମୋଦୀଙ୍କ ଆଲୋଚନା
    ଦେଶ-ଦେଶାନ୍ତର

    ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ମୋଦୀଙ୍କ ଆଲୋଚନା

    15132
    Apr 15, 2026
  • ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ମୁତୟନ କଲା ଆମେରିକା
    ଦେଶ-ଦେଶାନ୍ତର

    ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ମୁତୟନ କଲା ଆମେରିକା

    15797
    Apr 14, 2026
  • ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ
    ଦେଶ-ଦେଶାନ୍ତର

    ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ

    15292
    Apr 15, 2026
  • ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ

    15581
    Apr 14, 2026
  • ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର
    ଦେଶ-ଦେଶାନ୍ତର

    ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର

    13736
    Apr 16, 2026
  • ମାଟ୍ରିମୋନିଆଲ୍ ସାଇଟ୍‌ରୁ ଦ୍ୱିତୀୟ ବିବାହ କରି ଫସିଲେ, ମହିଳା ନେଇଗଲେ ୪୦ ଲକ୍ଷ
    ଅପରାଧ

    ମାଟ୍ରିମୋନିଆଲ୍ ସାଇଟ୍‌ରୁ ଦ୍ୱିତୀୟ ବିବାହ କରି ଫସିଲେ, ମହିଳା ନେଇଗଲେ ୪୦ ଲକ୍ଷ

    13534
    Apr 16, 2026
  • ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ ହେଲେ ଡ. ସସ୍ମିତ ...
    ଦେଶ-ଦେଶାନ୍ତର

    ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ ହେଲେ ଡ. ସସ୍ମିତ ...

    14816
    Apr 16, 2026
  • ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ
    ଦେଶ-ଦେଶାନ୍ତର

    ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

    13689
    Apr 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ମାଟ୍ରିମୋନିଆଲ୍ ସାଇଟ୍‌ରୁ ଦ୍ୱିତୀୟ ବିବାହ କରି ଫସିଲେ, ମହିଳା ନେଇଗଲେ ୪୦ ଲକ୍ଷ

    13534
    Apr 16, 2026
  • ଦେଶ-ଦେଶାନ୍ତର

    ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

    13689
    Apr 15, 2026
  • ଦେଶ-ଦେଶାନ୍ତର

    ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ ହେଲେ ଡ. ସସ୍ମିତ ପାତ୍ର

    14816
    Apr 16, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17417
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17474
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17831
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16302
    Apr 03, 2021

ବିଶେଷ

  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15350
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16068
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14684
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15662
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14515
    Apr 08, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15334
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15067
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15568
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13865
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ

    15292
    Apr 15, 2026
  • ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ମୋଦୀଙ୍କ ଆଲୋଚନା

    15132
    Apr 15, 2026
  • ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ମୁତୟନ କଲା ଆମେରିକା

    15797
    Apr 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In