ସିବିଏସଇ ପରୀକ୍ଷା ଫଳାଫଳ: ଓଡ଼ିଶାରେ ପାସ୍ହାର କେତେ ପ୍ରତିଶତ ଜାଣନ୍ତୁ.....

ଭୁବନେଶ୍ବର: ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଫଳାଫଳ । ଚଳିତ ବର୍ଷ ଓଡ଼ିଶାରେ ପାସହାର ୭୮.୭୪ପ୍ରତିଶତ ରହିଛି । ୪୦ହଜାର ୭୨୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୩୨ହଜାରରୁ ଅଧିକ ଛାତ୍ରଛାତ୍ରୀ ପାସ କରିଛନ୍ତି । ଭୁବନେଶ୍ୱର ଜୋନରେ ମୋଟ ୮୩.୬୪ପ୍ରତିଶତ ପାସ୍ହାର ରହିଥିବା ବେଳେ ସେଥିମଧ୍ୟରୁ ୭୭.୦୫ ପ୍ରତିଶତ ଛାତ୍ରୀ ରହିଛନ୍ତି ଏବଂ ୮୦.୭୭ପ୍ରତିଶତ ଛାତ୍ର ପାସ କରିଛନ୍ତି ।
Powered by Froala Editor