ଦମ୍ପତିଙ୍କୁ ହାଣିଲେ, ତାପରେ ଲୁଟି ନେଲେ ସୁନା, ରୂପା

ରାୟଗଡା: ଘରେ ପଶି ଦମ୍ପତିଙ୍କୁ ହାଣି ଲୁଟି ନେଲେ ସୁନା, ରୂପା। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣୀସିଂହପୁର ଥାନା ସିକରପାଇ ଗାଁରେ। ଗତକାଲି ବିଳମ୍ବିତ ରାତିରେ ୮ରୁ ୧୦ ଜଣ ଦୁର୍ବୁତ୍ତ ଏକ ବୋଲେରୋରେ ଆସି ଭୁଜାଲିରେ ହାଣି ବଡ ଧରଣର ଲୁଟ୍ କରିଥିଲେ। ମହିଳା ପିନ୍ଧିଥିବା ସୁନା ସହ ଘର ଆଲମିରାରେ ଥିବା ସୁନା, ରୂପା ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି।
Powered by Froala Editor