ଭୁବନେଶ୍ଵରରେ ଆମ ବସ ସେବା ବନ୍ଦ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରରେ ଆମ ବସ ସେବା ମଙ୍ଗଳବାର ବନ୍ଦ ହୋଇଯାଇଛି। ଆମ ବସ କଣ୍ଡକ୍ଟର ଏବଂ ଡ୍ରାଇଭରଙ୍କୁ ମାଡ଼ ମରାଯିବା ପ୍ରତିବାଦରେ କର୍ମଚାରୀମାନେ ଆନ୍ଦୋଳନ କରିବା ଯୋଗୁ ବସ ସେବା ବନ୍ଦ ରହିଛି। ଆମ ବସର ବହୁ ଡ୍ରାଇଭର ଏବଂ କଣ୍ଡକ୍ଟର ମାଷ୍ଟରକ୍ୟାଣ୍ଟିନସ୍ଥିତ ଆମ ବସ୍ ଡିପୋରେ ଗାଡ଼ି ରଖି ଧାରଣା ଦେଇଛନ୍ତି।
ବିନା କାରଣରେ କଣ୍ଡକ୍ଟର ଏବଂ ଡ୍ରାଇଭରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି କର୍ମଚାରୀ। ତେଣୁ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ଡ୍ରାଇଭର ଏବଂ କଣ୍ଡକ୍ଟରମାନେ ଗାଡ଼ି ଚଳାଚଳ ବନ୍ଦ ରଖିଥିବା ସୂଚନା ମିଳିଛି। ତେବେ ବସ ସେବା ବନ୍ଦ ଯୋଗୁ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
Powered by Froala Editor