୨୦ରେ ବିଭିନ୍ନ ସଂଗଠନ ପକ୍ଷରୁ ଧର୍ମଘଟ ଡକରା
ଭୁବନେଶ୍ବର : ଆସନ୍ତା ୨୦ରେ ବିଭିନ୍ନ ସଂଗଠନ ପକ୍ଷରୁ ଧର୍ମଘଟ ଡକରା ଦିଆଯାଇଛି। ବାମପନ୍ଥୀ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଯଥା- ଏଆଇଟିୟୁସି, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି ଏବଂ ଭୁବନେଶ୍ୱର ସହର ବ୍ୟାଙ୍କ, ବୀମା, କେନ୍ଦ୍ର ଓ ରାଜ୍ୟ ସରକାରୀ ମଧ୍ୟବିତ୍ତ କର୍ମଚାରୀ ସଂଘର ମିଳିତ ମଞ୍ଚ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକରେ ଆନ୍ତର୍ଜାତୀକ ଶ୍ରମିକ ଦିବସରେ ଅନୁଷ୍ଠିତ ସାଧାରଣ ସଭାରେ ଏହି ଡକରା ଦିଆଯାଇଛି। ବରିଷ୍ଠ ଶ୍ରମିକ ନେତା ବିଜୟ ଜେନା, ପ୍ରଦୀପ୍ତ ନାୟକ, ଅଜୟ ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ଡ. ଅମିୟ ମହାନ୍ତି, ମହେନ୍ଦ୍ର ପରିଡ଼ା, ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରମୁଖ ମୋଦୀ ସରକାରଙ୍କ ଜନମାରଣ ନୀତିର ସମାଲୋଚନା କରିଥିଲେ। ଶ୍ରମିକ ବିରୋଧୀ ପୁଞ୍ଜିପତି ସପକ୍ଷବାଦୀ ୪ ଶ୍ରମ କୋଡ୍ ବାତିଲ ସହିତ ଶ୍ରମିକ, କୃଷକ, କ୍ଷୁଦ୍ର ବ୍ୟବସାୟୀ, ମହିଳା, ଛାତ୍ର ଯୁବକ ତଥା ସମଗ୍ର ଦେଶବାସୀଙ୍କର ୧୭ ଦଫା ଦାବିରେ ଏହି ସର୍ବଭାରତୀୟ ଧର୍ମଘଟର ଆହ୍ୱାନ ଦିଆଯାଇଛି ବୋଲି କହିଥିଲେ।
Powered by Froala Editor