ମିନେରାଲ ଓ୍ବାଟର ବୋତଲରେ ଦେଶୀ ମଦ
ଭୁବନେଶ୍ଵର: ମିନେରାଲ ଓ୍ବାଟର ବୋତଲରେ ଦେଶୀ ମଦ। ଦାରୁଠେଙ୍ଗ ଜଙ୍ଗଲରୁ ଦେଶୀ ମଦ ଫ୍ୟାକ୍ଟ୍ରି ଠାବ ହୋଇଛି। ପାଖାପାଖି ୧୦ ହଜାର ଲିଟର ଦେଶୀ ମଦ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଅବକାରୀ ଥାନା ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଦେଶୀ ମଦ ସହ ୩ଟି ଚାରି ଚକିଆ ଗାଡି , ଦୁଇଟି ବାଇକ୍ ଏବଂ ଗୋଟିଏ ମେସିନ୍ ମଧ୍ୟ ଜବତ ହୋଇଛି।
Powered by Froala Editor