ବାୟୁସେନା ଅଧିକାରୀଙ୍କୁ ଆକ୍ରମଣ, ପତ୍ନୀଙ୍କୁ ଦୁର୍ବ୍ୟବହାର

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କ ଉପରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାଙ୍କ ପତ୍ନୀ, ଯିଏ ନିଜେ ଜଣେ ସ୍କ୍ୱାର୍ଡନ ଲିଡର, ତାଙ୍କ ସହ ମଧ୍ୟ ଆକ୍ରମଣକାରୀମାନେ ଅସଦାଚରଣ କରିଥିବା ଜଣାଯାଇଛି। ଦମ୍ପତି ବିମାନବନ୍ଦର ଅଭିମୁଖେ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା।
ସୂଚନା ଅନୁଯାୟୀ, ୱିଙ୍ଗ କମାଣ୍ଡର ବୋଷ ଏବଂ ତାଙ୍କ ପତ୍ନୀ ସ୍କ୍ୱାଡ୍ରନ୍ ଲିଡର ମଧୁମିତା ବେଙ୍ଗାଲୁରୁର ସିଭି ରମଣ ନଗରରେ ଅବସ୍ଥିତ ଡିଆରଡିଓ କଲୋନିରୁ ବିମାନବନ୍ଦର ଆଡ଼କୁ ଯାଉଥିଲେ। ମଧୁମିତା ଗାଡ଼ି ଚଳାଉଥିଲେ, ଯେତେବେଳେ ଜଣେ ବାଇକ୍ ଚାଳକ ତାଙ୍କ ଗାଡ଼ିକୁ ଅଟକାଇଲେ । ଏହା ପରେ ବାଇକ୍ ଆରୋହୀ କନ୍ନଡ ଭାଷାରେ ଗାଳି କରିବା ଆରମ୍ଭ କରିଥିଲେ।
ଅଭିଯୁକ୍ତମାନେ ମଧୁମିତାଙ୍କୁ ଗାଳି କରିବାରୁ ୱିଙ୍ଗ କମାଣ୍ଡର ସହି ନପାରି ଗାଡ଼ିରୁ ବାହାରକୁ ଆସିଥିଲେ। ଏହି ସମୟରେ ଅଭିଯୁକ୍ତ ବାଇକ୍ ଚାବିରେ ତାଙ୍କୁ ଆକ୍ରମଣ କରିଥିଲା, ଯାହାଦ୍ବାରା ତାଙ୍କ କପାଳରେ ଆଘାତ ଲାଗିଥିଲା। ଏହା ପରେ କିଛି ଅଭିଯୁକ୍ତ ୱିଙ୍ଗ କମାଣ୍ଡରଙ୍କ ଉପରକୁ ପଥର ଫିଙ୍ଗିଥିଲେ। ୱିଙ୍ଗ କମାଣ୍ଡର ଏକ ଭିଡିଓରେ ତାଙ୍କର ଦୁଃଖଦ ଘଟଣା ସେୟାର କରିଛନ୍ତି ଏବଂ ଘଟଣା ବିଷୟରେ ସୂଚନା ଦେଇଛନ୍ତି।
ଅଧିକାରୀ ଜଣକ କୌଣସି ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିନଥିବାରୁ ପୋଲିସ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ସରକାରୀ ଅଭିଯୋଗ ଦାଖଲ କରିନାହିଁ । ତଥାପି, ପୋଲିସ ସ୍କ୍ୱାଡ୍ରନ୍ ଲିଡର ମଧୁମିତାଙ୍କୁ ଚିହ୍ନଟ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି ।
Powered by Froala Editor