କାନାଡାରେ ଭାରତୀୟ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

କାନାଡାରେ ଜଣେ ଯୁବକଙ୍କ ହତ୍ୟା ପରେ, ଏବେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଛାତ୍ରୀ ଜଣକ କାମକୁ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳି ଚଳାଯାଇଥିଲା। ସେହି ସମୟରେ ସେ ବସ୍ ପାଇଁ ଅପେକ୍ଷା କରିଥିଲେ। ଏକ କାରରେ ଯାଉଥିବା ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ, ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ଅଣ୍ଟାରିଓର ହାମିଲଟନ୍ ସ୍ଥିତ ମୋହକ୍ କଲେଜର ଛାତ୍ରୀ ରନ୍ଧାୱା କାମକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଟୋରଣ୍ଟୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ କହିଛନ୍ତି ଯେ ରାନ୍ଧୱା ଜଣେ ନିର୍ଦ୍ଦୋଷ ପଥିକ। ଯେତେବେଳେ ତାଙ୍କ ଦେହରେ ଗୁଳି ବାଜିଥିଲା ସେ ତାଙ୍କ କାମକୁ ଯିବା ପାଇଁ ଅପେକ୍ଷାରତ ଥିଲେ। ତେବେ ସେ ହେଉଛନ୍ତି ଗତ ଚାରି ମାସ ମଧ୍ୟରେ କାନାଡାରେ ମୃତ୍ୟୁବରଣ କରିଥିବା ଚତୁର୍ଥ ଭାରତୀୟ।
ହାମିଲଟନ୍ ପୋଲିସ କହିଛି ଯେ ମୃତ୍ୟୁର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଛି । ଯେଉଁଥିରୁ ଜଣାପଡିଥିଲା ଯେ ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଝଗଡ଼ାରୁ ଏସବୁ ଘଟିଥିଲା । କାରଣ କାରରେ ଥିବା ଜଣେ ଯୁବକ ଏକ ଧଳା ସେଡାନ୍ ଉପରକୁ ଗୁଳି ଚଳାଇଥିଲେ। ତେବେ ବସ୍ ଷ୍ଟପରେ ଛିଡା ହୋଇଥିବା ଛାତ୍ରୀ ରନ୍ଧାୱାଙ୍କ ଛାତିରେ ଏକ ଗୁଳି ବାଜିଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
Powered by Froala Editor