ଛେଳି ଚୋର ସନ୍ଦେହରେ ଛେଚା ଖାଇଲେ
ନୀଳଗିରି: ଛେଳି ଚୋରି କରିବାକୁ ଆସିଥିବା ଅଭିଯୋଗରେ ଜଣେ ଯୁବକ ସାରା ରାତି ବନ୍ଧା ହୋଇ ଛେଚା ଖାଇବା ଘଟଣା ଅଞ୍ଚଳ ରେ ଆଲୋଡ଼ନ ସୃଷ୍ଟି କରିଛି। ବାଲେଶ୍ଵର ଜିଲା ନୀଳଗିରି ଥାନା ଅଧୀନ ଦକ୍ଷିଣ କୁଅଁରପୁର ଗ୍ରାମରେ କ୍ରମାଗତ ଭାବେ ଛେଳି, ସାଇକଲ, ଲୁଗାପଟା ପ୍ରଭୃତି ଚୋରି ହୋଇ ଆସୁଥିଲା। ଗତକାଲି ରାତିରେ ଏକ ନିଛାଟିଆ ସ୍ଥାନରେ ଗୋଟିଏ ବାଇକ ରହିଥିବା ଦେଖି ସନ୍ଦେହ ରେ ସ୍ଥାନୀୟ ଲୋକେ ବାଇକ ପାଖରେ ଜଗି ରହିଥିଲେ। ବିଳମ୍ବିତ ରାତିରେ ଗାଁର ଅନ୍ୟ ଏକ ସ୍ଥାନରୁ ଅଜଣା ଯୁବକକୁ ଠାବ କରି ଛେଳି ଚୋର ସନ୍ଦେହରେ ଧରିଥିଲେ। ଗତକାଲି ରାତିରୁ ଗାଁ ଦାଣ୍ଡରେ ଥିବା ଇଲେକ୍ଟ୍ରି ଖୁଣ୍ଟରେ ତାଙ୍କୁ ବାନ୍ଧିଦେଇ ନିସ୍ତୁକ ମାଡ ଦେଇ ଥିବା ଜଣାଯାଇଛି। ଏହା ସହ ତାଙ୍କ ବାଇକକୁ ବି ଅଟକ ରଖିଛନ୍ତି। ନୀଳଗିରି ପୁଲିସକୁ ଏ ସମ୍ପର୍କରେ ଖବର ଦିଆଯାଇଛି। ବନ୍ଧା ହୋଇଥିବା ଯୁବକ ଜଣଙ୍କ ବରହମପୁର ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି।
Powered by Froala Editor