୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲା : ଅଭିଯୁକ୍ତକୁ ଏନକାଉଣ୍ଟର

କର୍ଣ୍ଣାଟକରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟରରେ ନିହତ କରିଛି। ମୃତ ଅଭିଯୁକ୍ତ ପାଟନା ଅଂଚଳର ରିତେଶ କୁମାର ବୋଲି ଜଣାପଡିଛି। ଅଭିଯୁକ୍ତ ରିତେଶ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରିଥିଲା। ରିତେଶକୁ ରୋକିବାକୁ ପୋଲିସ ଗୁଳି ଚଳାଇଥିଲା।
ଅଧିକାରୀଙ୍କ ଅନୁଯାୟୀ, ଅଭିଯୁକ୍ତ ରିତେଶ କୁମାରଙ୍କୁ ଧରାପଡ଼ିବା ପରେ ସେ ପୋଲିସ ଟିମ୍ ଉପରେ ଆକ୍ରମଣ କରିଥିଲେ। ପୋଲିସ ତାଙ୍କୁ ପ୍ରଥମେ ଚେତାବନୀ ଦେଇଥିଲା, ହେଲେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା, ତେଣୁ ପୋଲିସକୁ ପାଲଟା ଗୁଳି ଚଳାଇବାକୁ ପଡିଲା। ଏହି ଏନକାଉଣ୍ଟରରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ରିତେଶ କୁମାରଙ୍କ ବିରୋଧରେ POCSO ଆଇନ ଅନୁଯାୟୀ ବଳାତ୍କାର ଏବଂ ହତ୍ୟା ମାମଲା ରୁଜୁ କରାଯାଇଥିଲା।
ପୋଲିସର କହିବା ଅନୁଯାୟୀ, ଝିଅଟିର ମାଆ ତାକୁ ସକାଳେ କାମ କରିବାକୁ ସାଙ୍ଗରେ ନେଇ ଯାଇଥିଲେ। ସେ ପାଖ ଘରେ କାମ କରନ୍ତି। କାମ କରୁଥିବା ସମୟରେ, ରିତେଶ ଝିଅଟିକୁ ସେଠାରୁ ନେଇଗଲା। କିଛି ସମୟ ପରେ ଝିଅଟି ନିଖୋଜ ହୋଇଗଲା। ପରିବାର ଲୋକେ ତାଙ୍କୁ ଖୋଜାଖୋଜି ଆରମ୍ଭ କଲେ ଏବଂ କିଛି ସମୟ ପରେ ତାଙ୍କୁ ନିକଟସ୍ଥ ଏକ ଖାଲି କୋଠାରେ ପାଇଲେ, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପୂର୍ବରୁ ପୋଲିସ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଥିଲା।
ଏହି ସମୟରେ ଅଭିଯୁକ୍ତ ନାବାଳିକାର ଗଳାକାଟି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ରିତେଶକୁ କିଛି କାଗଜପତ୍ର ସଂଗ୍ରହ କରିବା ଏବଂପରିଚୟ ଯାଞ୍ଚ ପାଇଁ ରହଣି ସ୍ଥାନକୁ ନେଇଯିବା ସମୟରେ ପୋଲିସକୁ ପଥର ମାରି ଫେରାର ହେବାକୁ ଚେଷ୍ଟା କରୁଥିଲା। ଏହାକୁ ରୋକିବାକୁ ଜଣେ ମହିଳା ଅଧିକାରୀ ଦୁଇରୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ଗୋଡ଼ରେ ଏବଂ ଅନ୍ୟଟି ପିଠିରେ ବାଜିଥିଲା।
Powered by Froala Editor