ଯୁବକଙ୍କୁ ୧୦ ଥର ଦଂଶିଲା ସାପ

ଝାଡଖଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସାପ କାମୁଡା ଯୋଗୁଁ ଏକ ଯୁବକଙ୍କର ମୃତ୍ୟୁ ହୋଇଛି । ମିରଟ ବହଷୁମା ଥାନା ଅକବରପୁରର ୨୫ ବର୍ଷର ଯୁବକ ଅମିତ ଦିନ ମଜୁରିଆ ଭାବେ ନିଜର ପରିବାର ଚଳାନ୍ତି । ସବୁଦିନ ପରି କାମରୁ ଫେରି ସେ ଗୋଡହାତ ଧୋଇ ଖାଇ ସାରି ଶୋଇବାକୁ ଯାଆନ୍ତି । ଗତ ଶନିବାର ମଧ୍ୟ ସେଇୟା କରିଥିଲେ । ଖାଇ ସାରି ଶୋଇବାକୁ ଚାଲିଯାଇଥିଲେ ।
ଅମିତ ଉପର ମହଲାରେ ଶୋଇପଡ଼ିବା ସମୟରେ ସାପଟି ବିଛଣା ତଳେ ପଶିଯାଇଥିଲା। ସାପଟି ରାତିସାରା ଯୁବକଙ୍କୁ ଦଶଥର କାମୁଡ଼ି ଦେଲା। ସାପ କାମୁଡ଼ା ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଛି ।
ତେବେ ଆଶ୍ଚର୍ଯ୍ୟକର କଥା ଯେ, ସାରା ରାତି ସାପଟି ମୃତଦେହ ସହିତ ଲାଗି ରହିଥିଲା। ସକାଳେ ଲୋକମାନେ ଏହା ଜାଣିବା ପରେ, ଜଣେ ସାପଧରାଳୀଙ୍କୁ ଡକାଯାଇ ସାପଟିକୁ ଧରି ଦିଆଯାଇଥିଲା। ଅମିତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଯେଉଁଠି ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିବା ସହ ପୋଷ୍ଟମର୍ଟମରେ ତାଙ୍କ ପିଠିରେ ୧୦ଟି ଚୋଟ ଦାଗ ଦେଖିବାକୁ ମିଳିଥିଲା। ଯାହା ଉକ୍ତ ସାପ ଶୋଇବା ବେଳେ ଅମିତଙ୍କୁ ଦଂଶିଥିଲା ଏବଂ ସାରାରାତି ତାଙ୍କ ମୃତଦେହ ତଳେ ଥିଲା ।
Powered by Froala Editor