ଶରୀରକୁ ଫୂର୍ତ୍ତି ରଖେ ଦହି ପଖାଳ

ଗ୍ରୀଷ୍ମ ଋତୁରେ ଅନେକେ ଲୋକ ଦହି ଭାତ ଖାଇବାକୁ ପସନ୍ଦ କରି ଥାଆନ୍ତି। ବିଶେଷ କରି ଓଡ଼ିଆ ଘରେ ଦହି ପଖାଳର ଚାହିଦା ଟିକେ ଅଲଗା। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ଖୁବ ପସନ୍ଦ କରନ୍ତି। ଖରା ଗରମରୁ ମଧ୍ୟ ଏହା ଆମକୁ ରକ୍ଷା କରିଥାଏ ବୋଲି କୁହାଯାଏ। ଶରୀରରେ ଜଳୀୟ ଅଂଶକୁ ନିୟନ୍ତ୍ରଣ କରିବାରେ ବି ଏହା ସାହାଯ୍ୟ କରିଥାଏ।
ଦହି ଭାତ ମସ୍ତିଷ୍କକୁ ସକ୍ରିୟ ରଖିବା ସହ ବ୍ୟକ୍ତିକୁ ଖୁସି ରହିବା ପାଇଁ ପ୍ରେରିତ କରିଥାଏ ବୋଲି କୁହାଯାଉଛି। ସଦ୍ୟ ଗବେଷଣାରୁ ଏହି ତଥ୍ୟ ସମ୍ପର୍କରେ ଆମେରିକୀୟ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଗବେଷଣାରୁ ଜଣାପଡ଼ିଛି, ଦହି ଭାତ ସେବନ ଦ୍ୱାରା ମସ୍ତିଷ୍କର ଗିତିବିଧି ସକ୍ରିୟ ରହିବା ସହ ସୁଖଦ ଅନୁଭବ ହୁଏ। ଦହିରେ ଥିବା ଆମିନୋ ଏସିଡ ଯାହାକୁ ଟ୍ରିପ୍ଟୋଫାନ ବୋଲି କୁହାଯାଏ, ଏହା ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଯୌଗିକ। ଏହା ଶରୀରକୁ କେବଳ ଫୂର୍ତ୍ତି ରଖେ ନାହଁି ବରଂ ମସ୍ତିଷ୍କକୁ କ୍ରିୟାଶୀଳ କରିଥାଏ। ଯାହାଦ୍ୱାରା ମଣିଷ ନିଜ ଭିତରେ ଖୁସିକୁ ଅନୁଭବ କରିପାରେ। ତାହିତ ବିଭିନ୍ନ କାମ ଉପରେ ଧ୍ୟାନ କେନ୍ଦ୍ରିତ କରିପାରେ। ଏହି ଗବେଷଣା ସମ୍ପର୍କରେ ଆମେରିକାନ ଜର୍ଣ୍ଣାଲ ଅଫ କ୍ଲିନିକାଲ ନ୍ୟୁଟ୍ରିସନରେ ପ୍ରକାଶ ପାଇଛି।
Powered by Froala Editor