ଶାବଳରେ ପିଟି ବାପାକୁ ମାରିଦେଲା ପୁଅ, ହସ୍ପିଟାଲରେ ମା’

ପୁଅର ଶାବଳ ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି। ସମ୍ବଲପୁର ଜିଲା ଯୁଯୁମୁରା ଥାନା ଝାଙ୍କରପାଲି ତୁରୀପଡ଼ା ଗ୍ରାମରେ ଏହିି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଗୟା ମଲ୍ଲିକ(୮୦)। ଗୁରୁତର ଆହତ ଉକିଆ ମଲ୍ଲିକ(୭୨) ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ବାଳକୃଷ୍ଣ(୪୦)କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ ଯୁଯୁମୁରା ଥାନା ଝାଙ୍କରପାଲି ପଞ୍ଚାୟତ ତୁରିପଡ଼ା ଗାଁର ଗୟା ମଲ୍ଲିକଙ୍କ ୪ ଝିଅ ଓ ଦୁଇ ପୁଅ। ସମସ୍ତ ପୁଅ-ଝିଅଙ୍କର ବିବାହ ସରିସାରିଛି। ତେବେ ପାରିବାରିକ ସମସ୍ୟା ନେଇ ସାନପୁଅ ବାଳକୃଷ୍ଣ ବାପାଙ୍କ ସହିତ ଯୁକ୍ତିତର୍କ କରିଥିଲା। ଏହି ସାମାନ୍ୟ ଯୁକ୍ତିତର୍କ ଉଗ୍ରରୂପ ନେଇଥିଲା। ଉତ୍ତେଜିତ ବାଳକୃଷ୍ଣ ଏକ ଲୁହାରଡ଼ରେ ବାପା ଗୟାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଏଥିରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୁଅ ହାତରୁ ସ୍ବାମୀଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଉକିଆ ଆସିଥିଲେ। ସେ ମଧ୍ୟ ପୁଅର ଆକ୍ରମଣରେ ଲହୁଲୁହାଣ ହୋଇଥିଲେ।
Powered by Froala Editor