Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 25, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ...

  • ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ...

  • ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ...

  • ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ...

  • ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ ...

  • ବେଟି ବଚାଓ କହୁଥିବା ଦଳର ...

  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ ...

  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ ...

  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

ରାଜ୍ୟ
Home ›› ରାଜ୍ୟ ››କୋଟିଏ ତିନି ଲକ୍ଷ ପରିବାର ଆୟୁଷ୍ମାନ ଭାରତ ଯୋଜନାରେ ହେବେ ସାମିଲ

କୋଟିଏ ତିନି ଲକ୍ଷ ପରିବାର ଆୟୁଷ୍ମାନ ଭାରତ ଯୋଜନାରେ ହେବେ ସାମିଲ

2025-04-06 06:55:11
14267
Share:
Facebook
Twitter
E-Mail
WhatsApp
Telegram
କୋଟିଏ ତିନି ଲକ୍ଷ ପରିବାର ଆୟୁଷ୍ମାନ ଭାରତ ଯୋଜନାରେ ହେବେ ସାମିଲ

ଭୁବନେଶ୍ୱର : ରାଜ୍ୟର କୋଟିଏ ତିନି ଲକ୍ଷ ପରିବାର ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବେ। ପରିବାର ପ୍ରତି ସଦସ୍ୟଙ୍କୁ ମିଳିବ ଆୟୁଷ୍ମାନ ଭାରତ କାର୍ଡ। ଏହି କାର୍ଡରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ଯାହା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ମୋଟ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ଏହି ଯୋଜନା ଜରିଆରେ କେବଳ ପଶ୍ଚିମବଙ୍ଗକୁ ବାଦ ଦେଇ ଦେଶରେ ଅନୁବନ୍ଧିତ ହୋଇଥିବା ୨୯୦୦୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ। ଏହାସହିତ ପରବର୍ତ୍ତୀ ପର୍ଯ୍ୟାୟରେ ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ସ୍ବତନ୍ତ୍ର ଭାବେ ବୟୋ ବନ୍ଦନା ଯୋଜନାରେ ବୟୋ ବନ୍ଦନା କାର୍ଡରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।

ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଆସନ୍ତା ୧୧ରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। କଟକ ବାଲିଯାତ୍ରା ତଳ ପଡ଼ିଆରେ ରାଜ୍ୟସ୍ତରୀୟ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ଏହି ଯୋଜନାର ଶୁଭାରମ୍ଭ କରିବେ। କାର୍ଯ୍ଯକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ। ସମସ୍ତ ହିତାଧିକାରୀଙ୍କୁ ପ୍ରାୟ ତିନିମାସ ମଧ୍ୟରେ କାର୍ଡ ବଣ୍ଟନ କରାଯିବ। ଶୁଭାରମ୍ଭ ଦିନ ୧୪୦୫ ପ୍ରାଥମିକ ଚିକିତ୍ସାଳୟରେ ଏହି କାର୍ଡ ବଣ୍ଟନ କରାଯିବ। ପ୍ରତି ଚିକିତ୍ସାଳୟ‌ରେ ୧୦୦୦ ଲୋକଙ୍କୁ ଦିଆଯିବ ଏବଂ ଆଭାସିରେ ୧୫ ଲକ୍ଷ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଯୋଜନା ହୋଇଛି। ସଚେତନତା ପାଇଁ ଶୁଭାରମ୍ଭ ଦିନଠାରୁ ୭ ଦିନ ଧରି ସ୍ବାସ୍ଥ୍ୟ ଚେତନା ରଥ ଗଡ଼ିବ। ପ୍ରତି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଗ୍ରାମରେ ଲୋକଙ୍କୁ ସଚେତନ କରାଯିବ ଏବଂ ପ୍ରଚାରପତ୍ର ବଣ୍ଟନ ମଧ୍ୟ କରାଯିବ। ଏହାସହିତ ଏହି କାର୍ଡରେ କେତେ ଟଙ୍କା ରହିଛି ଏବଂ ଚିକିତ୍ସା ବାବଦକୁ କେତେ‌ ଖର୍ଚ୍ଚ ହେଲା ସେସମ୍ପର୍କରେ ସମସ୍ତ ତଥ୍ୟ ୨୪ ଘଣ୍ଟାରେ ହିତାଧିକାରୀଙ୍କୁ ମିଳିବ। ପଞ୍ଜିକୃତ ମୋବାଇଲ ନମ୍ବରରେ ମଧ୍ୟ ମେସେଜ ଆସିବ। ଅନଲାଇନରେ ଏହାକୁ ତଦାରଖ କରାଯିବାକୁ ଯୋଜନା ରହିଛି। ଏ ଦିଗରେ ଆଶା କର୍ମୀମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ। ସହାୟତା ନିମନ୍ତେ ଅନୁବନ୍ଧିତ ପ୍ରତି ହସ୍ପିଟାଲରେ ହେଲ୍ପ ଡେକ୍ସ କାର୍ଯ୍ୟ କରିବ। ଅନ୍ୟପକ୍ଷରେ ସ୍ବତନ୍ତ୍ର ବୟୋ ବନ୍ଦନା କାର୍ଡରେ ସମସ୍ତ ସ୍ବଚ୍ଛଳ ବର୍ଗଙ୍କୁ ସୁବିଧା ମିଳିବ। ଆୟକର ଦାତା, ଅବସରପ୍ରାପ୍ତ କର୍ମଚାରୀ ଏବଂ ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କୁ ମଧ୍ୟ ଚିକିତ୍ସା ସୁବିଧା ମିଳିବ। ସେହିପରି ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ଯେପର‌୍ୟ୍ୟନ୍ତ ସମସ୍ତ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇ ନାହିଁ ସେ ପର‌୍ୟ୍ୟନ୍ତ ପୂର୍ବଭଳି ବିଏସ୍‌କେୱାଇ ସ୍ବାସ୍ଥ୍ୟ କାର୍ଡରେ ଚିକିତ୍ସା ମିଳିବ। ୨୦୧୮ରୁ ଆୟୁଷ୍ମାନ ଭାରତ ଆରମ୍ଭ ହୋଇଥିବାବେଳେ ତତ୍କାଳନୀ ସରକାର ଏହି ଯୋଜନାକୁ ଲାଗୁ କରିନଥିଲେ। ଏହି ଯୋଜନା ଲାଗୁ କରିଥିଲେ ବର୍ଷକୁ ପ୍ରାୟ ୩୦୦୦ କୋଟି କେନ୍ଦ୍ର ସରକାରଙ୍କ ନିକଟରୁ ପାଇଥାନ୍ତେ। ଏହି ଯୋଜନାରେ ସାରା ରାଜ୍ୟର ଲୋକମାନେ ଉପକୃତ ହେବେ ଏବଂ ଉପଯୁକ୍ତ ଚିକିତ୍ସା ପାଇପାରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଇରାଶିଷ ଆଚାର୍ଯ୍ୟ ଉପସ୍ଥିତ ଥିଲେ।  ସୂଚନାଯୋଗ୍ୟ ଯେ,ବାଲିଯାତ୍ରା ତଳପଡ଼଼ିଆରେ ମଞ୍ଚ ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ ଶନିବାର ଏହି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ବିଷୟରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ,ଉପ ଜିଲାପାଳ ଦିବ୍ୟଲୋଚନ ମହାନ୍ତ,  ସିଏମସି ଆୟୁକ୍ତ ଅନାମ ପାତ୍ର ଏବଂ କଟକ ଡିସିପି ପ୍ରମୁଖ ଉପସ୍ଥିତ ଥିଲେ।

Powered by Froala Editor

Tags Ayushman card

Related articles Odisha News Lens 4.1

  • ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ
    ଦେଶ-ଦେଶାନ୍ତର

    ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ

    14248
    Jun 24, 2025
  • ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ
    ଦେଶ-ଦେଶାନ୍ତର

    ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ

    14073
    Jun 24, 2025
  • ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ
    ରାଜନୀତି

    ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ

    13676
    Jun 24, 2025
  • ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ...
    ଦେଶ-ଦେଶାନ୍ତର

    ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ...

    14321
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?
    ବିଶେଷ

    ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13991
    Jun 24, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ
    ବିଶେଷ

    ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14971
    Jun 24, 2025
  • ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ
    ରାଜନୀତି

    ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

    15321
    Jun 24, 2025
  • ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ
    ଦେଶ-ଦେଶାନ୍ତର

    ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ

    13775
    Jun 24, 2025
  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...
    ଦେଶ-ଦେଶାନ୍ତର

    ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...

    14185
    Jun 24, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ

    13676
    Jun 24, 2025
  • ରାଜନୀତି

    ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

    15321
    Jun 24, 2025
  • ଦେଶ-ଦେଶାନ୍ତର

    ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ

    14248
    Jun 24, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16707
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17014
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15508
    Apr 03, 2021

ବିଶେଷ

  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14971
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13991
    Jun 24, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15888
    Jun 23, 2025
  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    15214
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    16031
    Jun 22, 2025

ବାଣିଜ୍ୟ

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ...

  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14999
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14821
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14823
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13794
    Jun 17, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

    13615
    Jun 24, 2025
  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ଶୁକ୍ଳା

    14185
    Jun 24, 2025
  • ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ

    13775
    Jun 24, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In