କପଡ଼ା ଗୋଦାମରେ ନିଆଁ

କଟକ: କଟକ ଦୋଳମୁଣ୍ଡାଇରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଦୋଳମୁଣ୍ଡାଇ କପଡ଼ା ଗୋଦାମରେ ନିଆଁ। ଗୋଦାମ ଭିତରୁ ପ୍ରବଳ ଧୂଆଁ ବାହାରୁଛି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ତେବେ ସୁଟକେସ୍ ଶୋ’ ରୁମ ଏବଂ କପଡ଼ା ଦୋକାନ ସମେତ ସେଠାରେ ଥିବା ଅନ୍ୟ ଏକ ଶୋ’ ରୁମରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।
କର୍ମଚାରୀମାନେ କହିଛନ୍ତି ଯେ ସକାଳୁ ଶୋ’ ରୁମ୍ ଖୋଲି ଏସି ସୁଇଚ୍ ଅନ୍ କରିବା କ୍ଷଣି ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ପାଖ ଦୋକାନଗୁଡ଼ିକୁ କିଭଳି ନିଆଁ ଳାଗିବ ନାହିଁ ସେଥିପାଇଁ ସତର୍କତା ଅବଳମ୍ବନ କରାଯାଇଥିଲା।
ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି। ନିଆଁ ହୁତୁହୁର ହୋଇ ଜଳୁଥିବାରୁ ପାଖରେ ରହିଥିବା ଲୋକେ ଆତଙ୍କିତ ହୋଇଥିବା ଜଣାପଡ଼ିଛି।
Powered by Froala Editor