Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର ...

  • ପରଲୋକରେ ଅଭିନେତା ନାନା ପାଟେକର

  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ...

  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ...

  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ...

ରାଜ୍ୟ
Home ›› ରାଜ୍ୟ ››ଭାରତରେ ସୁନାର ଚାହିଦା ଅଧିକ

ଭାରତରେ ସୁନାର ଚାହିଦା ଅଧିକ

2025-03-22 05:24:57
14956
Share:
Facebook
Twitter
E-Mail
WhatsApp
Telegram
ଭାରତରେ ସୁନାର ଚାହିଦା ଅଧିକ

ଭୁବନେଶ୍ଵର: ଭାରତରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୮ ହଜାର ଟଙ୍କା ଟପିଛି ଏବଂ ନିକଟ ଭବିଷ୍ୟତରେ ଏହା ଏକ ଲକ୍ଷ ପାର ହୋଇପାରେ ବୋଲି ଅନୁମାନ କରାଯାଉଛି। ତୋଳା ବା ୧୨ ଗ୍ରାମର ମୂଲ୍ୟ  ୧,୦୫,୦୭୨ ଟଙ୍କାରେ ପହଞ୍ଚିଛି। ଆନ୍ତର୍ଜାତିକ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ସହିତ ଏହାର ଚାହିଦା ବଢ଼ୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଅନ୍ୟ ଅର୍ଥରେ ସୁନା ଭଳି ଧାତୁ ଭାରତରେ ଏବେ ପୁଞ୍ଜିନିବେଶର ଶ୍ରେଷ୍ଠ ସାମଗ୍ରୀ ପାଲଟିଛି। ସୁନା ସହିତ ଅତି ସାଧାରଣ ଲୋକଙ୍କର କୌଣସି ବିଶେଷ ଆକର୍ଷଣ ନ ଥାଏ ଏବଂ ଏହାର ମୂଲ୍ୟ ବୃଦ୍ଧି ହ୍ରାସ ସେମାନଙ୍କ ପାଇଁ ଏକ ପ୍ରକାର ନିରର୍ଥକ। ତଥାପି ମଧ୍ୟମ ବର୍ଗର ଲୋକଙ୍କର ସୁନା ପ୍ରତି ଆକର୍ଷଣ ଥାଏ ଏବଂ ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ତଥା ଭବିଷ୍ୟତ ଆବଶ୍ୟକତା ପାଇଁ ଏହି ବର୍ଗ ନିଜର ସାଧ୍ୟ ମୁତାବକ ସୁନା କିଣିଥାନ୍ତି। ଏବେ ସୁନାର ଆକାଶଛୁଆଁ ମୂଲ୍ୟରେ ଏହି ବର୍ଗ ତାଟକା। ସ୍ବର୍ଣ୍ଣ ଅଳଙ୍କାର ବ୍ୟବସାୟ ମଧ୍ୟ ଚଢ଼ା ମୂଲ୍ୟ ଯୋଗୁଁ ପ୍ରଭାବିତ ହୋଇଛି। ଐତିହାସିକ ଦୃଷ୍ଟିରୁ ଦେଖିଲେ ନିବେଶକ ଓ ଧନିକବର୍ଗ ଯୁଦ୍ଧବିଗ୍ରହ ଏବଂ ଉଚ୍ଚ ମୁଦ୍ରାସ୍ଫୀତି (ମହଙ୍ଗା) କାଳରେ ଅଧିକ ସୁନା କିଣିଥାନ୍ତି। ଏହା ଏଭଳି ଏକ ମୂଲ୍ୟବାନ ଧାତୁ ଯାହାର ଦାମ କେବେ କମେ ନାହିଁ ଓ ଯେତେବେଳେ ବିକ୍ରି ହୁଏ ସେତେବେଳେ ହାତକୁ ଅଧିକ ପଇସା ଆସେ। ଏଥରର ବ୍ୟତିକ୍ରମ ହେଲା ବିଶ୍ବରେ ଯୁଦ୍ଧ ବିଗ୍ରହ ସ୍ଥିତିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେଉଥିବାବେଳେ ଭାରତ ଭଳି ଅନେକ ରାଷ୍ଟ୍ରରେ ମୁଦ୍ରାସ୍ଫୀତି ମଧ୍ୟ କମୁଛି। ତେଣୁ ଭାରତରେ ସୁନାର ଚାହିଦା ଓ ଅସ୍ବାଭାବିକ ମୂଲ୍ୟବୃଦ୍ଧି ବଜାର ବିଶେଷଜ୍ଞଙ୍କ ପାଇଁ ଗବେଷଣାର ବିଷୟ ପାଲଟିଛି। କିଛି ବିଶେଷଜ୍ଞଙ୍କ ମତରେ ଆମେରିକାରେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ଓ ତାଙ୍କ ଜାତୀୟ ଓ ଅନ୍ତର୍ଜାତୀୟ ନୀତି ପାଇଁ ବିଶ୍ବ ଅର୍ଥନୀତିରେ ଅସ୍ଥିରତା ସୃଷ୍ଟି ହୋଇଛି। ଆଗକୁ ଆମେରିକାରେ ମାନ୍ଦାବସ୍ଥା ସୃଷ୍ଟି ହେବାର ଆଶଙ୍କା କରି ନିବେଶକମାନେ ଅଧିକରୁ ଅଧିକ ସୁନା କିଣିବାରୁ ବିଶ୍ବ ବଜାରରେ ଏହାର ମୂଲ୍ୟ ଚଢ଼ା ରହୁଛି। ତେଣେ ଆମେରିକୀୟ ଡଲାର ସୂଚୀ କମିବାରୁ ସେଠାକାର ପୁଞ୍ଜିବଜାରରୁ ନିବେଶକ ଅର୍ଥ ଉଠାଇନେଇ ସୁନା କିଣୁଛନ୍ତି। ସେମାନଙ୍କ ପାଇଁ ସୁନା ସବୁଠୁ ନିରାପଦ ନିବେଶ ପାଲଟିଛି। ଆହୁରି ମଧ୍ୟ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଯଦି ସୁଧହାର କମାଇବ ସୁନାର ମୂଲ୍ୟ ଆହୁରି ବଢ଼ିବ ବୋଲି କୁହାଯାଉଛି। ଏହା ଛଡ଼ା ବିଭିନ୍ନ ଦେଶଙ୍କ ସହ ଆମେରିକାର ସମ୍ଭାବ୍ୟ ବାଣିଜ୍ୟ ଯୁଦ୍ଧ ଆଶଙ୍କାର ପ୍ରଭାବ ସୁନା ମୂଲ୍ୟକୁ ତେଜୁଛି। ଡଲାର ପରିବର୍ତ୍ତେ ନିବେଶକ ଏବେ ସୁନାକୁ ଅଗ୍ରାଧିକାର ଦେଉଛନ୍ତି।
ଭାରତୀୟ ରିଜର୍ଭ ବ୍ୟାଙ୍କ ପରିସ୍ଥିତିକୁ ନଜରରେ ରଖି ସୁନା କିଣି ନିଜର ସ୍ବର୍ଣ୍ଣ ମହଜୁଦ ବଢ଼ାଇଛି। ଏବେ ରିଜର୍ଭ ବ୍ୟାଙ୍କ ପାଖରେ ମହଜୁଦ ବୈଦେଶିକ ବିନିମୟ ମୁଦ୍ରାର ୧୧ ଶତାଂଶ ମୂଲ୍ୟର ସୁନା ରହିଛି। ଦୁଇ ବର୍ଷ ଆଗରୁ ଏହି ହାର ଥିଲା ୭.୫ ଶତାଂଶ। ଆଗକୁ ରିଜର୍ଭ ବ୍ୟାଙ୍କ ଆହୁରି ଅଧିକ ସୁନା ରଖିବ ବୋଲି ବିଶେଷଜ୍ଞ କହୁଛନ୍ତି। ସେମାନଙ୍କ ମତରେ ସୁନା ମୂଲ୍ୟ ବୃଦ୍ଧି ଭାରତ ପାଇଁ ଖରାପ ଖବର ନୁହେଁ। ଭାରତୀୟ କ୍ରେତା ମୂଲ୍ୟ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ହୋଇଥିବାରୁ ମହଙ୍ଗା ସୁନା କିଣିବାକୁ ଅନାଗ୍ରହୀ ହେବେ। ତେଣୁ ଏହାର ଚାହିଦା କମିବ। ସୁତରାଂ ଭାରତ ତାହାର ସୁନା ଆମଦାନୀ କମାଇବ। ଏହା ଫଳରେ ବାଣିଜ୍ୟ ନିଅଣ୍ଟ ହ୍ରାସ ପାଇବ। ଏହି ସମୟରେ ଲୋକଙ୍କ ପାଖରେ ଯେଉଁ ସୁନା ଅଛି ତାହାକୁ ଲୋକେ ବିକ୍ରି କରି ବା ବନ୍ଧକ ପକାଇ ଅର୍ଥ ଆଣିବେ ଯାହାଦ୍ବାରା ଉଭୟ ଟଙ୍କା ଓ ଘର ସୁନାର ପ୍ରସାରଣ ବଢ଼ିବ। ତେବେ ସେ ଯା’ହେଉ ସୁନା ଭଳି ମୂଲ୍ୟବାନ ଧାତୁର ମୂଲ୍ୟ ଥରେ ବଢ଼ିଲେ ତାହା କ୍ବଚିତ୍‌ ହ୍ରାସ ପାଏ। ତେଣୁ ଜୀବନ କାଳରେ ସୁନା ଟିକେ କିଣିବାକୁ ଯେଉଁମାନେ ସ୍ବପ୍ନ ଦେଖୁଛନ୍ତି ସେଭଳି ସାଧାରଣ ବର୍ଗ ପାଇଁ ଏହା ଅସମ୍ଭବ ହୋଇପାରେ।

Powered by Froala Editor

Tags Gold

Related articles Odisha News Lens 4.1

  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ
    ଦେଶ-ଦେଶାନ୍ତର

    ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ

    15359
    Oct 08, 2026
  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା
    ଦେଶ-ଦେଶାନ୍ତର

    ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

    15310
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି
    ବାଣିଜ୍ୟ

    ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14646
    Oct 08, 2026
  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ
    ମନୋରଞ୍ଜନ

    ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14486
    Oct 08, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ
    ବାଣିଜ୍ୟ

    ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15362
    Oct 08, 2026
  • ଚେକିଂ  ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ
    ଦେଶ-ଦେଶାନ୍ତର

    ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13737
    Oct 08, 2026
  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ
    ଦେଶ-ଦେଶାନ୍ତର

    କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ

    15044
    Oct 08, 2026
  • ପରଲୋକରେ ଅଭିନେତା ନାନା ପାଟେକର
    ଦେଶ-ଦେଶାନ୍ତର

    ପରଲୋକରେ ଅଭିନେତା ନାନା ପାଟେକର

    15029
    Oct 08, 2026
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର
    ଦେଶ-ଦେଶାନ୍ତର

    ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    14922
    Oct 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    14922
    Oct 08, 2026
  • ବାଣିଜ୍ୟ

    ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15362
    Oct 08, 2026
  • ଦେଶ-ଦେଶାନ୍ତର

    ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ

    15359
    Oct 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17162
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17854
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17811
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18228
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14426
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14532
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15544
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14217
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15954
    Sep 23, 2026

ବାଣିଜ୍ୟ

ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

ଡଲାର ତୁଳନାରେ ଟଙ୍କାର ବିନିମୟ ଦୁର୍ବଳ ହୋଇଚାଲିଛି । ଟଙ୍କା ମୂଲ୍ୟ ୯୭ ସ୍ତର ଛୁଇଁଛି । କାରବାର ସମୟରେ ବୁଧବାର ଟଙ୍କାର ମୂଲ୍ୟ ୯୭.୧୫୧ ସ୍ତର ଛୁଇଁଥିଲା । ଦିନ ମଧ୍ୟରେ ଟଙ୍କା ପ୍ରଥମେ ୯୬.୮୩ ସ୍ତରକୁ ଖସିଥିଲା । ଫଳରେ ଟଙ୍କା ଏସିଆର ସବୁଠାରୁ ଦୁର୍ବଳ ପ୍ରଦର୍ଶନକାରୀ ମୁଦ୍ରା ପାଲଟିଛି । କାରବାର ଶେଷ ବେଳକୁ ଟଙ୍କା ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14646
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15371
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14013
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15394
    Oct 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14486
    Oct 08, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15362
    Oct 08, 2026
  • ପରଲୋକରେ ଅଭିନେତା ନାନା ପାଟେକର

    15029
    Oct 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In