କାଳବୈଶାଖୀ ତାଣ୍ଡବ : କୁଆପଥର ମାଡ଼, ଉଡ଼ିଗଲା ଘର ଛପର
ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି ।ଉପଖଣ୍ଡର ରାଇରଙ୍ଗପୁର ପୌରପରିଷଦ, ରାଇରଙ୍ଗପୁର ବ୍ଲକ୍, ବିଜାତଳା, କୁସୁମୀ, ଜାମଦା, ବହଳଦା ପ୍ରଭୃତି ବ୍ଳକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ଝଡ଼ ତୋଫାନ, ବର୍ଷା ସହିତ କୁଆ ପଥର ମାଡ ଯୋଗୁଁ ବହୁ ଲୋକଙ୍କ ଛପର ଭାଙ୍ଗି ଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହୋଇଥିବା ଜଣାପଡିଛି । ଗଛ ଭାଙ୍ଗିବାରୁ ବିଦ୍ୟୁତ୍ ସରବରାହ ବ୍ୟାଘାତ ରହିଛି ।
ସନ୍ଧ୍ୟା ସମୟ ହୋଇଥିବାରୁ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ି ନାହିଁ। ତେବେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ ଓ ବନ୍ ବିଭାଗ ବିଭିନ୍ନ ସ୍ଥାନରେ ପଡ଼ିଥିବା ବଡ଼ବଡ଼ ଗଛ ସଫା କରୁଥିବା ଦେଖିବାକୁ ମିଳିଛି।
ତେବେ ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବା ନେଇ ସମ୍ଭାବନା ରହିଛି। ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ସେହି ୪ଟି ଜିଲ୍ଲା ହେଲା ମୟୁରଭଞ୍ଜ,ବାଲେଶ୍ୱର,କେନ୍ଦୁଝର,ସୁ
Powered by Froala Editor