ସମୟ ପରିବର୍ତ୍ତନ : ଆଜିଠୁ ସକାଳୁଆ ସ୍କୁଲ
ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପାଠପଢ଼ାରେ ସମୟ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ଶୁକ୍ରବାରଠାରୁ ସକାଳୁଆ ସ୍କୁଲ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ସକାଳ ୬ଟା ୩୦ରୁ ଆରମ୍ଭ ହେବ ସ୍କୁଲ ୧୦ଟା ୩୦ରେ ସରିବ। ଏହା ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ କରାଯାଇଛି।
ସୂଚନାଯେଗ୍ୟ, ରାଜ୍ୟରେ ମାର୍ଚ୍ଚ ମାସରୁ ତାପମାତ୍ରା ୪୦ ଡିଗ୍ରି ପାର କରିଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ ନିଷ୍ପତ୍ତି ନେଇ ପାରନ୍ତି ବୋଲି କୁହାଯାଉଥିଲା। ପୂର୍ବରୁ ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହୋଇଛି।
ଏହାପୂର୍ବରୁ ଆସନ୍ତା ଏପ୍ରିଲ ୨ରୁ ବିଦ୍ୟାଳୟଗୁଡିକରେ ପାଠପଢ଼ା ସକାଳୁ ଆରମ୍ଭ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ। ଏହି ସମୟରେ ସ୍କୁଲରେ ସୁରକ୍ଷିତ ପାନୀୟ ଜଳ, ଓଆର୍ଏସ୍ ପ୍ୟାକେଟ ମହଜୁଦ ରଖିବା ସହ ଅନ୍ୟ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲାପାଳମାନେ ନିଜ ଜିଲାର ପାଣିପାଗ ସ୍ଥିତିକୁ ଦେଖି ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ନେଇପାରିବେ ବୋଲି ମନ୍ତ୍ରୀ କହିଥିଲେ।
ସେହିପରି ଅଙ୍ଗନବାଡ଼ିରେ ପାଠପଢ଼ା ନେଇ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨ ତାରିଖ ଠାରୁ ସକାଳ ୭ଟାରୁ ୯ଟା ଯାଏଁ ଅଙ୍ଗନବାଡି କେନ୍ଦ୍ର ଚାଲିବ। ତାତି ବଢ଼ିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ଛୁଆଙ୍କ ପାଇଁ ଖାଦ୍ୟ ହୋମ୍ ଡେଲିଭରି କରାଯିବ।
Powered by Froala Editor