ରେଜେଇ ଦୋକାନରେ ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭବାନୀପାଟଣା: ସ୍ଥାନୀୟ ଘୋଡାଘାଟ ଛକର ଏକ ଗଦା, ରେଜେଇ ଦୋକାନରେ ଗୁରୁବାର ଦିନ ପ୍ରାୟ ୧୦ଟା ୩୦ ସମୟରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଆକସ୍ମିକ ନିଆଁ ଯୋଗୁଁଁ ମହମ୍ମଦ ଭୋଲାଙ୍କ ଗଦା ଦୋକାନ ସହିତ ପ୍ରଦୀପ ତାଣ୍ଡିଙ୍କ ପନିପରିବା ଦୋକାନ କ୍ଷତିଗ୍ରସ୍ତ ହୋଇଛି। ପାଖରେ ଥିବା ଏକ ଡେଲିନିଡ୍ସ ଦୋକାନ, ଫାଷ୍ଟ ଫୁଡ୍ ଦୋକାନ, ଏକ କାଠ ତିଆରି ମୂର୍ତ୍ତି ଦୋକାନ ଅଳ୍ପକେ ରକ୍ଷା ପାଇଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି।
Powered by Froala Editor