ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ୪ଟା ଯାଏଁ ଗୃହକାର୍ଯ୍ୟକୁ ମୁଲତବି
ଭୁବନେଶ୍ବର: ଅପରାହ୍ଣ ୪ଟା ଯାଏଁ ଗୃହକାର୍ଯ୍ୟକୁ ମୁଲତବି । ନାରୀ ସୁରକ୍ଷା ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁଁ ବାରମ୍ବାର ଗୃହ ମୁଲତବି ହୋଇଛି। ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁଁ ଅପରାହ୍ଣ ୪ଟା ଯାଏଁ ବାଚସ୍ପତି ବିଧାନସଭାକୁ ମୁଲତବି ରଖିଛନ୍ତି। । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି କଂଗ୍ରେସର ପ୍ରତିବାଦ କରିଥିବାବେଳେ ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟଙ୍କ ନାରାବାଜି ପ୍ରଦର୍ଶନ କରିଥିଲା।
ବିଧାନସଭା ବଜେଟ ଅଧିବେଶନର ଆଜିର ପ୍ରଶ୍ନ ଉତ୍ତର କାଳ ଅରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖାଦେଇଥିଲା । ନାରୀ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରି କଂଗ୍ରେସ ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିଛନ୍ତି । ନାରୀଙ୍କ ସୁରକ୍ଷା ଦାବିରେ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ନାରୀ ସୁରକ୍ଷା ପାଇଁ ଗୃହ କମିଟି ଦାବି ଦୋହରାଇଛି କଂଗ୍ରେସ । ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହ କାର୍ଯ୍ୟକୁ ଦିନ ୧୨ଟା ଯାଏ ମୁଲତବି ରଖିଥିଲେ । ଏହାପରେ ପୁଣି ଥିରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରିନଥିଲା। ଫଳରେ ବାଚସ୍ପତି ପୁଣି ଥରେ ଗୃହ କାର୍ଯ୍ରକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ।
Powered by Froala Editor