ପିଲାଙ୍କ ମୋଟାପା ଚିନ୍ତାର ବିଷୟ, ମଧ୍ୟାହ୍ନଭୋଜନରେ କମ୍ କରାଯିବ ତେଲ

ଏବେ ମେଦବହୁଳତା ଏକ ଚିନ୍ତାର ବିଷୟ ପାଲଟିଲାଣି । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଖାଦ୍ୟରେ ତେଲ କମାଇବାକୁ ପରାମର୍ଶ ଦେଇଥିଲେ । ତେବେ ଛୋଟ ପିଲାଙ୍କ ମଧ୍ୟରେ ବି ମେଦ ବହୁଳତା ଦେଖିବାକୁ ମିଳିଥିବାବେଳେ ମଧ୍ୟାହ୍ନଭୋଜନରେ ତେଲ କମାଇବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ।
ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟଶାସନ ସଚିବ, ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚବ, ଏନସିଆରଟି ନିର୍ଦ୍ଦେଶକ, ସିବିଏସଇ ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସଂଗଠନର କମିଶନରଙ୍କୁ ଚିଠି ହୋଇଛି ।
ବିଶେଷକରି 5ରୁ 19 ବର୍ଷ ମଧ୍ୟରେ ପିଲାଙ୍କ ଓଜନ ବୃଦ୍ଧି ପାଉଥିବା ବେଳେ ମଧ୍ୟାହ୍ନଭୋଜନକୁ ସୁଷମ କରିବା ପାଇଁ ପଦକ୍ଷେପ ନିଆଯାଉଛି । ପୂର୍ବରୁ ମଧ୍ୟାହ୍ନ ଭୋଜନ ସମୟରେ ଯେତିକି ତେଲ ବ୍ୟବହାର ହେଉଥିଲା ବର୍ତ୍ତମାନ ତାର 10 ପ୍ରତିଶତ ହ୍ରାସ କରାଯିବ । ଫର୍ଟିଫାଏଡ ଭିଟାମିନ ଏ ଏବଂ ଡି ଯୁକ୍ତ ଖାଇବା ତେଲ ବ୍ୟବହାର ହେବ । ଡବଲ ଫର୍ଟିଫାଏଡ ଲୁଣ ବ୍ୟବହାର ହେବ । କେବଳ ଏତିକି ନୁହେଁ ବରଂ ନ୍ୟୁଟ୍ରିସିଆନଙ୍କ ପରାମର୍ଶ ନିଆଯିବ । ଜଣେ ଶିକ୍ଷାର୍ଥୀଙ୍କୁ ସ୍ବାସ୍ଥ୍ୟ ଆମ୍ବାସାଡର ଭାବେ ନିଯୁକ୍ତି କରାଯିବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
Powered by Froala Editor