୪ ଦିନ ବନ୍ଦ ରହିବ ବ୍ୟାଙ୍କ, ୨୪, ୨୫ରେ ଧର୍ମଘଟ

ମାର୍ଚ୍ଚ ୨୪, ୨୫ ତାରିଖରେ ବ୍ୟାଙ୍କ କର୍ମଚାରୀ ଧର୍ମଘଟ କରିବାକୁ ଯାଉଛନ୍ତି । ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ (ଆଇବିଏ) ସହିତ ଆଲୋଚନା ବିଫଳ ହେବା ପରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫବିୟୁ ) ମାର୍ଚ୍ଚ ୨୪ ଏବଂ ୨୫ ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ୟୁଏଫବିୟୁର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ନିଯୁକ୍ତି, ଚାକିରି ସୁରକ୍ଷା ଏବଂ ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ ଆଦି ରହିଛି।
୯ ଦଫା ଦାବି ନେଇ ଧର୍ମଘଟ ଡକରା ଦିଆଯାଇଥିବା ଜଣାପଡ଼ିଛି । ୬ ହଜାର ଶାଖାର ୩୭ ହଜାର କର୍ମଚାରୀ ସାମିଲ ହେବେ । ମାର୍ଚ୍ଚ ୨୨ ଓ ୨୩ ଛୁଟି ଥିବରୁ ଲାଗାତର ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କରେ ଖାଲିଥିବା ପଦବୀ ତୁରନ୍ତ ପୂରଣ କରିବା ସାଙ୍ଗକୁ ଟେମ୍ପରାରି କର୍ମଚାରୀଙ୍କୁ ରେଗୁଲାର କରାଯିବା ପାଇଁ ସରକାରଙ୍କ ନିକଟରେ ଏମାନେ ଦାବି ରଖିବେ । ଏହାବ୍ୟତୀତ ସପ୍ତାହକୁ ୫ ଦିନ ୱାର୍କିଂ ଡେ’ କରିବା ପାଇଁ ମଧ୍ୟ ୟୁନିୟନର ଦାବି ରହିଛି ।
ସରକାରୀ ସୂତ୍ର ଅନୁଯାୟୀ, ପ୍ରମୁଖ ଦାବିଗୁଡ଼ିକ ଉପରେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହିତ ୟୁଏଫବିୟୁ ଆଲୋଚନା କୌଣସି ସକାରାତ୍ମକ ଫଳାଫଳ ମିଳିପାରିନାହିଁ। ଫଳରେ ୟୁଏଫବିୟୁ ଏହାର ପ୍ରସ୍ତାବିତ ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟକୁ ଆଗକୁ ବଢ଼ାଇବାକୁ ଯୋଜନା କରିଛି।
ଲାଗାତର ୪ ଦିନ ଧରି ବ୍ୟାଙ୍କ ବନ୍ଦ ନେଇ ସାଧାରଣ ଗ୍ରାହକ ଅସୁବିଧାରେ ସମ୍ମୁଖିନ ହେବେ । ବ୍ୟାଙ୍କ ବନ୍ଦ ରହିବା ସାଙ୍ଗକୁ ଏଟିଏମ୍ ସୁବିଧା ମଧ୍ୟ ବାଧାପ୍ରାପ୍ତ ହେବ ।
Powered by Froala Editor