ତେଜ ପ୍ରତାପଙ୍କ ଆଦେଶରେ ୟୁନିଫର୍ମ ପିନ୍ଧି ନାଚିଲେ ଅଙ୍ଗରକ୍ଷୀ, ବଢ଼ିଲା ବିବାଦ

ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହୋଲି ଦିନ ସେ ତାଙ୍କ ଅଙ୍ଗରକ୍ଷୀ କନେଷ୍ଟବଳ ଦୀପକଙ୍କୁ ୟୁନିଫର୍ମପିନ୍ଧି ନୃତ୍ୟ କରିବାକୁ କହିଥିଲେ, ୟୁନିଫର୍ମ ପିନ୍ଧି ନାଚିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି।
ପାଟନାସ୍ଥିତ ବରିଷ୍ଠ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଧାୟକ ତେଜପ୍ରତାପ ଯାଦବଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗରକ୍ଷୀ ଦୀପକ କୁମାର ୟୁନିଫର୍ମ ପିନ୍ଧି ନୃତ୍ୟ କରୁଥିବା ନଜରକୁ ଆସିବା ପରେ ଅଙ୍ଗରକ୍ଷୀ କନେଷ୍ଟବଳ ଦୀପକ କୁମାରଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ଅନ୍ୟ ଜଣେ କନଷ୍ଟେବଳଙ୍କୁ ଅଙ୍ଗରକ୍ଷୀ ଭାବେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭିଡିଓଟି ଶୀଘ୍ର ଅନଲାଇନରେ ଭାଇରାଲ ହୋଇଥିଲା, ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଛି। ଶୁକ୍ରବାର ଦଳୀୟ ସମର୍ଥକଙ୍କ ସହ ହୋଲି ପାଳନ କରୁଥିବା ସମୟରେ ଆରଜେଡି ନେତା କନଷ୍ଟେବଳଙ୍କୁ ଏକ ଗୀତରେ ନାଚିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଚେତାବନୀ ଦେଇଥିଲେ ଯେ ଯଦି ସେ ମନା କରନ୍ତି ତେବେ ତାଙ୍କୁ “ନିଲମ୍ବିତ” କରାଯିବ।
ଏତିକିରେ କନଷ୍ଟେବଳ ଜଣକ ତାଙ୍କ କଥା ମାନିଗଲେ, ଦଳୀୟ କର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ନାଚିଲେ। ଏହି ଘଟଣାର ଏକ ଭିଡିଓ, ଯାହା ଇଣ୍ଟରନେଟରେ ବ୍ୟାପକ ଭାବରେ ସେୟାର କରାଯାଉଛି, ଏକ ବଡ଼ ବିବାଦ ସୃଷ୍ଟି କରିଥିଲା।
ଅନ୍ୟ ରାଜନୈତିକ ଦଳମାନେ ଆରଜେଡିକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ । ତେଜ ପ୍ରତାପ ମଧ୍ୟ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ବିଜେପି ଓ ଆରଏସଏସ ହୋଲି ପର୍ବକୁ ଘୃଣାର ଏକ ନୂଆ ରଙ୍ଗ ଦେଇଛନ୍ତି ବୋଲି ସେ କହିଛନ୍ତି।
Powered by Froala Editor