ଲାଇଭ୍ ସୋରେ ନିଆଁ, ୫୧ ଜଣଙ୍କ ମୃତ୍ୟୁ ଆଶଙ୍କା

ଉତ୍ତର ମାସିଡୋନିଆର କୋସାନିରେ ଥିବା ଲୋକପ୍ରିୟ ପଲ୍ସ ନାଇଟ୍ କ୍ଲବରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଶନିବାର-ରବିବାର ବିଳମ୍ବିତ ରାତି ୨ଟା ସମୟରେ ହଠାତ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଉତ୍ତର ମାସିଡୋନିଆର ସରକାରୀ ସମାଚାର ଏଜେନ୍ସି ଗୃହ ମନ୍ତ୍ରଣାଳୟକୁ ଉଦ୍ଧୃତ କରି ସୂଚନା ଦେଇଛି। ଅଗ୍ନିକାଣ୍ଡରେ ଅତି କମରେ 51 ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି ।
ସୂଚନାଯୋଗ୍ୟ, ପଲ୍ସ ନାଇଟ କ୍ଲବରେ ଲୋକପ୍ରିୟ ହିପ-ହପ କପୁଲ ଏଡିଏନଙ୍କ ଲାଇଭ ସୋ’ ଚାଲିଥିଲା। ଏଡିଏନଙ୍କ ପ୍ରଦର୍ଶନ ଦେଖିବା ପାଇଁ ପ୍ରାୟ 1,500 ଲୋକ ଏକାଠି ହୋଇଥିଲେ । ନିଆଁ ଲାଗିବା ପରେ, କିଛି ଘଣ୍ଟା ମଧ୍ୟରେ ଏହା କ୍ଲବରେ ଦ୍ରୁତ ଗତିରେ ବ୍ୟାପିଗଲା । ଏହା ଅନୁମାନ କରାଯାଉଛି ଯେ ନିଆଁ ପାଇରୋଟେକ୍ନିକ୍ ପ୍ରଭାବରୁ ଲାଗି ଥାଇପାରେ । ଏହା ଆତସବାଜି ପାଇଁ ବ୍ୟବହୃତ ହୁଏ, ଯାହା ସ୍ପାର୍କିଂ ସୃଷ୍ଟି କରେ ।
ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓଗୁଡ଼ିକରେ, ନାଇଟ୍କ୍ଲବ୍ଟି ନିଆଁରେ ବୁଡ଼ି ରହିଥିବାର ଦେଖାଯାଉଛି ଏବଂ ରାତିର ଆକାଶରେ ଘନ ଧୂଆଁ ଉଠୁଥିବାର ଦେଖାଯାଉଛି ।
Powered by Froala Editor