ଏହି ଯାନରେ ପୃଥିବୀ ପୃଷ୍ଠ ଆସିବେ ସୁନୀତା ୱିଲିୟମ୍ସ

ନୂଆଦିଲ୍ଲୀ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ପୃଥିବୀ ପୃଷ୍ଠକୁ ଆଣିବା ଲାଗି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ପହଞ୍ଚିଛି ଯାନ। ଏଲନ ମସ୍କଙ୍କ ସ୍କେଶଏକ୍ସ’ ଯାନ ଡ୍ରାଗନ କ୍ୟାପସୁଲ ରବିବାର ଆଇଏସଏସରେ ପହଞ୍ଚିଛି। ଏହି ଯାନରେ ଅନ୍ୟ ୪ ଜଣ କ୍ରୁ ସଦସ୍ୟ ମଧ୍ୟ ଆଇଏସଏସକୁ ଯାଇଛନ୍ତି। ସେମାନେ ମହାକାଶରେ ପହଞ୍ଚିବା ପରେ ସୁନୀତା ଏବଂ ୱିଲମୋର ସେମାନଙ୍କୁ ଖୁସିରେ ଆଲିଙ୍ଗନ କରିଛନ୍ତି। ଏହାର ଦୃଶ୍ୟ ଲାଇଭ ଟିଭିରେ ମଧ୍ୟ ପ୍ରସାରିତ ହୋଇଛି।
ରବିବାର ମହାକାଶରେ ପହଞ୍ଚିଥିବା ୪ ମହାକାଶଚାରୀ ହେଲେ ନାସାର ଆନ୍ନେ ମ୍ୟାକକ୍ଲେନ ଏବଂ ନିକୋଲ ଆୟର୍ସ, ଜାପାନ ମହାକାଶ ଗବେଷଣା ସଂସ୍ଥାର ତାକୁୟା ଓନିସି ଏବଂ ରୁଷ ମହାକାଶ ଗବେଷଣା ସଂସ୍ଥା ରୋସକସମସର କିରିଲ ପେସକୋଭ। ସେମାନେ ଆଇଏସଏସରେ କିଛିଦିନ ରହିବେ। ଏହା ସହିତ ସ୍ପେଶଏକ୍ସ ଡ୍ରାଗନ ଯାନ ସୁନୀତା ଓ ୱିଲମୋରଙ୍କୁ ସାଙ୍ଗରେ ଧରି ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବ।
Powered by Froala Editor